ଯୁଦ୍ଧରେ ଶତୃଙ୍କ ଟ୍ୟାଙ୍କ ର କାଳ ସାଜିବ ଏହି ମିସାଇଲ, ପୂରଣ ହେଲା ଭାରତୀୟ ସେନାଙ୍କର ଦାବି

ଯୁଦ୍ଧରେ ଟ୍ୟାଙ୍କକୁ ନଷ୍ଟ କରିବା ପାଇଁ ଡିଆରଡିଓ ଦ୍ବାରା ବିକସିତ ହୋଇଥିବା ମ୍ୟାନ ପୋର୍ଟେବୁଲ ଆଣ୍ଟି ଗାଇଡେଡ୍ ମିସାଇଲକୁ ଭାରତ ରାଜସ୍ଥାନରେ ପରୀକ୍ଷଣ କରିଛି। ଏହା ଦ୍ବାରା ଭାରତୀୟ ସ୍ଥଳ ସେନାଙ୍କ କ୍ଷମତା ବ୍ରୁଦ୍ଧି ପାଇବ।

ଏହାକୁ ଯୁଦ୍ଧ ସମୟରେ ଶତୃଙ୍କର ଟ୍ୟାଙ୍କକୁ ଯୁଦ୍ଧ ମୈଦାନରେ ସହଜରେ ନଷ୍ଟ କରାଯାଇପାରିବ। ଭାରତୀୟ ସେନା ଏହି ମିସାଇଲର ଦାବି ବହୁତ ଦିନରୁ କରି ଆସୁଥିଲେ। ଡିଆରଡିଓ ରାଜସ୍ଥାନର ରେଗିସ୍ତାନରେ ଏହାର ପରୀକ୍ଷଣ କରିଛି।

କଣ ଅଟେ ଏଟିଜିଏମ୍ ?

ଆଣ୍ଟି ଟ୍ୟାଙ୍କ୍ ଗାଇଡେଡ୍ ମିସାଇଲ ଏଟିଜିଏମ୍ ନାମରେ ଜଣାଯାଇଥାଏ। ଏହା ମୁଖ୍ୟତଃ ତିନି ପ୍ରକାର ହୋଇଥାଏ।

– ଏହା ପ୍ରଥମ ମ୍ୟାନ ପୋର୍ଟେବୁଲ ବା ଏହାକୁ କେଉଁଠି ବି ସହଜରେ କାନ୍ଧରେ ନେଇପାରିବେ।

-ଏହି ଟ୍ୟାଙ୍କରେ ରହିଛି ମାଉଣ୍ଟ ମିସାଇଲ।

-ତ୍ରୁତୀୟଟି ହ୍ୟାଲିକେପ୍ଟର ବା ଯୁଦ୍ଧ ଜାହାଜରେ ମାଉଣ୍ଟ ମିସାଇଲ।

Leave A Reply

Your email address will not be published.