Below header

ବେପାରରେ କ୍ଷତି ଯୋଗୁଁ ନିଜ ପରିବାରକୁ କାରରେ ପେଟ୍ରୋଲ ଲଗାଇ ଜାଲିଦେଲେ ବ୍ୟକ୍ତି: ଜଣେ ମୃତ, ୨ ଗୁରୁତର

ମହାରାଷ୍ଟ୍ର ନାଗପୁରରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ଆର୍ଥିକ ଅଭାବ ଯୋଗୁଁ ନିଜ ପରିବାର ସହିତ କାରରେ ମଧ୍ୟ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାରେ ବ୍ୟକ୍ତିଙ୍କ ର ମୃତ୍ୟୁହୋଇଥିବା ବେଳେ ପତ୍ନୀ ଏବଂ ପୁଅ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

ସୂଚନା ମୁତାବକ, ଏହି ଘଟଣା ନାଗପୁରର ବେଲତରୋଡି ଥାନା ଅଞ୍ଚଳରେ ଥିବା ଖପରୀ ପୁନର୍ବସନରେ ଘଟିଛି। ମୃତକ ଜଣକ ହେଲେ ରାମରାଜ ଗୋପାଳକୃଷ୍ଣ ଭଟ୍ଟ(୫୮)। ତାଙ୍କ ପତ୍ନୀ ସଂଗୀତ ଏବଂ ପୁଅ ନନ୍ଦନ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି ହୋଇଛନ୍ତି।

ମୃତକଙ୍କ ଘରୁ ସୁଇସାଇଡ୍‌ ନୋଟ୍‌ ଜବତ ହୋଇଛି ପୋଲିସ ଅଧିକାରୀ କହିଛନ୍ତି। ଆର୍ଥିକ ଅଭାବ ଯୋଗୁଁ ନିଜର ଜୀବନ ହାରିଛନ୍ତି। ବିଜନେସରେ କ୍ଷତି ହେବା ଯୋଗୁଁ ସେମାନେ ଏଭଳି ନିଷ୍ପତ୍ତି ନେଇଥିଲେ।

ପୋଲିସ କହିବା ମୁତାବକ, ରାମରାଜଙ୍କ ପରିବାର ଦିନ ଦ୍ୱିପ୍ରହରରେ ଖାଇବା ପାଇଁ ପରିବାର ସହିତ ବାହାରକୁ ଯାଇଥିଲେ। ଖପରୀ ପାଖରେ ପହଞ୍ଚିବା ପରେ ହଠାତ୍‌ କାରକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। କାରରେ ତାଙ୍କ ପତ୍ନୀ ଏବଂ ପୁଅ ରହିଥିଲେ। ଯାହାକୁ ନେଇ ପୋଲିସ ବେଲତରୋଡି ଥାନାରେ ମାମଲା ଦାଏର କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.