ବିଏମ୍‌ସିର ନୂଆ ଯୋଜନା: ଏବେ ଭୁବନେଶ୍ୱରରେ ହେବ ରାତ୍ରି ସଫେଇ, ଘରକୁ ଘର ବୁଲି ଅଳିଆ ସଂଗ୍ରହ କରିବେ କର୍ମୀ

ଭୁବନେଶ୍ୱର (କେନ୍ୟୁଜ): ଏବେ ଭୁବନେଶ୍ୱରରେ ହେବ ନାଇଟ୍ ସ୍ୱପିଂ ବା ରାତ୍ରି ସଫେଇ । ଘରକୁ ଘର ବୁଲି ଅଳିଆ ସଂଗ୍ରହ କରିବେ ସଫେଇ କର୍ମୀ । ପ୍ରତିଦିନ ରାତିରେ ସଫା ହେବ ସହରର ଗଳିକନ୍ଦି। ସଂଧ୍ୟା ୭ଟାରୁ ରାତି ୧ଟା ଯାଏ ସହରର ଗଳି କନ୍ଦିରୁ ନେଇ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ସଫେଇ ଚାଲିବ । ଏହି ଢାଞ୍ଚାକୁ ଭୁବନେଶ୍ୱରରେ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଛି ।

ଏହି ରାତି ସଫେଇ ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ସକାଳ ହେବା ପୂର୍ବରୁ ସହରକୁ ଚକାଚକ କରାଯିବ । ରାଜଧାନୀବାସୀ ମର୍ଣ୍ଣିଂ ୱାକ୍ କରିବା ଆଗରୁ ସହରରେ ସଫେଇ ସରିଥିବ । ସଫେଇକର୍ମୀମାନେ ଯେମିତି ସକାଳେ ଘର ଘର ବୁଲି ଅଳିଆ ସଂଗ୍ରହ କରୁଛନ୍ତି ସେମିତି ରାତିରେ କରିବେ ।

bmc

ବିଏମ୍‌ସିର ଯୋଜନା ଅନୁଯାୟୀ ଏବେ ପ୍ରତି ଅଞ୍ଚଳରେ ସକାଳେ ସଫେଇ କରାଯାଉଛି। ଦୀର୍ଘ ସମୟ ପର୍ଯ୍ୟନ୍ତ ଆବର୍ଜନା ପଡ଼ି ରହିବା ଦ୍ବାରା ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ତା’ ଛଡ଼ା ଲୋକେ ରାତିଅଧିଆ ଆବର୍ଜନା ବାହାରେ ଗଦା କରିଦେଉଛନ୍ତି। ଏଭଳି ଅନେକ ଅଭିଯୋଗ ଆସିବା ପରେ ବିଏମ୍‌ସି ରାତିରେ ସଫେଇ କରିବାକୁ ନିଷ୍ପତ୍ତି ନେଇଛି। ବ୍ୟବସାୟୀ ଓ ସାଧାରଣ ଲୋକ ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁ ରଖିବା ପାଇଁ ଦୁଇଟି ଡଷ୍ଟବିନ୍ ବ୍ୟବହାର କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.