କମନୱେଲଥ ଗେମ୍ସ ୨୦୨୨ : ଭାରତକୁ ଝଟକା, ଡୋପ ଟେଷ୍ଟରେ ଧରାପଡିଲେ ଧାବିକା ଧନଲକ୍ଷ୍ମୀ

ବର୍ମିଂହାମରେ ଖେଳାଯିବାକୁ ଥିବା କମନୱେଲଥ ଗେମ୍ସ  ଆରମ୍ଭ ହେବା ପୂର୍ବରୁ ଭାରତକୁ ବଡ ଝଟକା ଲାଗିଛି। ଭାରତର ଷ୍ଟାର ଧାବିକା ଧନଲକ୍ଷ୍ମୀ ଡୋପ୍‌ ଟେଷ୍ଟରେ ପଜିଟିଭ ଆସିଛି। ଏହି କାରଣରୁ ଭାରତୀୟ ଆଥଲେଟିକ ଟିମ୍‌ ୪X୧୦୦ ମିଟର ରିଲେ ରେସରେ ମଡେଲ ଜିତିବା ସମ୍ଭାବନା ବହୁତ କମ୍‌ ରହିଛି। ଧନଲକ୍ଷ୍ମୀ ଗତବର୍ଷ ଦୂତୀ ଚାନ୍ଦଙ୍କୁ ୧୦୦ ମିଟର ରେସରେ ହରାଇ ବେଶ୍‌ ଚର୍ଚ୍ଚାରେ ରହିଥିଲେ। ଏହାଛଡା ଧନଲକ୍ଷ୍ମୀ ଗତ ମାସରେ ୨୦୦ ମିଟର ରେସରେ ହିମା ଦାସଙ୍କୁ ମଧ୍ୟ ମାତ୍‌ ଦେଇଥିଲେ।

ମିଳିଥିବା ଖବର ଅନୁଯାୟୀ, ଡୋପ ଟେଷ୍ଟ ପାଇଁ ଧନଲକ୍ଷ୍ମୀଙ୍କ ନମୁନା ଏଆଇୟୁ ନେଇଥିଲା। ଧନଲକ୍ଷ୍ମୀଙ୍କ ନମୁନାରେ ଷ୍ଟେରୋଏଡ ମିଳିଥିଲା। ଯେଉଁଥିପାଇଁ ତାଙ୍କୁ ବ୍ୟାନ୍‌ କରାଯାଇଛି। ଏବେ ସେ କମନୱେଲଥ ଗେମ୍ସରେ ଭାଗ ନେଇପାରିବେ ନାହିଁ। ଏହାବ୍ୟତୀତ ଧନଲକ୍ଷ୍ମୀ ବିଶ୍ୱ ଚାମ୍ପିଅନସିପରେ ଭାଗ ନେବା ପାଇଁ ମଧ୍ୟ ରୋକ୍‌ ଲଗାଯାଇଛି।

ଧନଲକ୍ଷ୍ମୀ ଗତବର୍ଷ ଟୋକିଓ ଅଲମ୍ପିକ୍ସରେ ଭାଗ ନେଇଥିଲେ। ୪୦୦ ମିଟର ରିଲେ ରେସରେ ଧନଲକ୍ଷ୍ମୀ ହିମା ଦାସ ଏବଂ ଦୂତୀ ଚାନ୍ଦଙ୍କ ସହିତ ଟିମରେ ସାମିଲ ଥିଲେ। ଧନଲକ୍ଷ୍ମୀ କମନୱେଲଥ ଗେମ୍ସ ରେ ରିଲେ ରେସ ଛଡା ୧୦୦ ମିଟର କ୍ୟାଟେଗୋରୀରେ ମଧ୍ୟ ଭାଗ ନେବାର ଥିଲା।

ମିଡିଆ ରିପୋର୍ଟ ମୁତାବକ, ଧନଲକ୍ଷ୍ମୀ ବିଶ୍ୱ ଚାମ୍ପିଅନସିପରେ ଭାଗ ନେବା ପାଇଁଆମେରିକା ଗସ୍ତ କରିନାହାନ୍ତି। ତାଙ୍କ ନାମ ଆୟୋଜକ ବାଦ୍‌ ଦେଇଥିବା ଚର୍ଚ୍ଚା ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.