Below header

ତବଲିଗି ଜମ୍ମାତ ଉପରେ ଟିପ୍ପଣୀ ଦେବା ହେଲା କାଳ, ଗୁଳି କରି ଯୁବକଙ୍କୁ କଲେ ହତ୍ୟା

ତବଲିଗି ଜମାତକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏହି ଜମାତକୁ ନେଇ ଟିପ୍ପଣୀ କରିଥିବା ଜଣେ ଯୁବକଙ୍କୁ ଏପ୍ରିଲ ୫ ତାରିଖ ସକାଳ ସମୟରେ ଗୁଳି କରି ହତ୍ୟା କରାଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଏକ ପ୍ରକାର କୋକୁଆ ଭୟ ଖେଳିଯାଇଛି । ଏହି ଘଟଣାଟି ଉତ୍ତରପ୍ରଦେଶ ରାଜ୍ୟ ସ୍ଥିତ ପ୍ରୟାଗରାଜ ଜିଲ୍ଲାର କରେଲି ଅଂଚଳର ବକ୍ସି ମଢ଼ା ଠାରେ ହିଁ ଘଟିଛି । ଏଠାକାର ଏକ ଚାହା ଦୋକାନରେ ରବିବାର ସକାଳ ସମୟରେ କିଛି ଲୋକଙ୍କ ମଧ୍ୟରେ ଦିଲ୍ଲୀର ନିଜାମ୍ମୁଦ୍ଦିନ ଘଟଣାକୁ ନେଇ ଚର୍ଚ୍ଚା ଚାଲିଥିଲା ।

foring pic

ଏହି ସମୟ ଭିତରେ ଜଣେ ବ୍ୟକ୍ତି ଯମାତି ମାନେ ହିଁ କରୋନା ସଂକ୍ରମଣ କରିଥିବା ନେଇ ଏକ ଟିପ୍ପଣୀ ଦେଇଥିଲେ । ଏହାକୁ ନେଇ ସେହି ଲୋକଙ୍କ ମଧ୍ୟରେ ଘମାଘୋଟ ଯୁକ୍ତି ତର୍କ ଆରମ୍ଭ ହୋଇଯାଇଥିଲା । ଦେଖୁ ଦେଖୁ ମହମ୍ମଦ ସେନା ନାମକ ଜଣେ ବ୍ୟକ୍ତି ୨୨ ବର୍ଷୀୟ ଲୋଟନ ନିଷାଦ ନାମକ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରିଥିଲେ । ଘଟଣା ସ୍ଥଳରେ ହିଁ ନିଷାଦଙ୍କ ମୃତ୍ୟୁ ହୋଇଥିଲା । ସେଠାରେ ଥିବା ଅନ୍ୟମାନେ ସଂଗେ ହତ୍ୟାକାରୀ ମହମ୍ମଦ ସେନାଙ୍କୁ କାବୁ କରି ନେଇଥିଲେ ।

ପରେ ଘଟଣା ସହ ଜଡିତ ଥିବା ସମସ୍ତେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣା ପରେ ସ୍ଥାନୀୟ ଅଂଚଳରେ ଏକ ପ୍ରକାର କୋକୁଆ ଭୟ ଖେଳିଯାଇଥିବା ବେଳେ ଘଟଣାର ଗୁରୁତ୍ୱ ଲକ୍ଷ କରି ଏସଏସପିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ତୁରନ୍ତ ଘଟଣା ସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରି ଦେଇଥିବା ବେଳେ ମୁଖ୍ୟ ଆରୋପି ମହମ୍ମଦ ସେନାଙ୍କୁ ଗିରଫ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.