Below header

ଅନ୍ ଥିଲା Zoom କଲ୍… ହଠାତ୍ ଲୁଗାପଟା ଖୋଲି ଏମିତି କରିବାକୁ ଲାଗିଲେ ଯୁବକ ! ଭିଡିଓ ଭାଇରାଲ

କରୋନା ଭାଇରସ ମହାମାରୀ ଆରମ୍ଭ ହେବା ପରେ ଲୋକଙ୍କ ଜୀବନ ଶୈଳୀ ସମ୍ପୂର୍ଣ୍ଣ ବଦଳି ଯାଇଛି। ଏବେ ଲୋକମାନେ ସବୁ ମିଟିଂ, ଆଲୋଚନା, କାର୍ଯ୍ୟକ୍ରମ ଆଦି ଭର୍ଚୁଆଲି କରୁଛନ୍ତି। କିନ୍ତୁ ଏହି ଅନଲାଇନ ମିଟିଂ ବେଳେ ଅଧିକାଂଶ ଲୋକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରୁଥିବା ଦେଖାଯାଇଛି। ନିକଟରେ ପୁଣି ସେଭଳି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ବ୍ୟକ୍ତି ଅନଲାଇନ ମିଟିଂ ବେଳେ ଲୁଗାପଟା ଓହ୍ଲେଇ ଦେଇଥିବା ଦେଖାଯାଇଛି।

ରିପୋର୍ଟ ମୁତାବକ, ମିୟାମି ବିଚ ଚାମ୍ବର୍ ଅଫ କମର୍ସର ସଦସ୍ୟଙ୍କର ଏକ ମିଟିଂ ଚାଲିଥିଲା। କରୋନା ମହାମାରୀ ଯୋଗୁ Zoom Calling ରେ ଏହି ମିଟିଂ ଚାଲିଥିଲା। ଏହି ମିଟିଂକୁ ଫେସବୁକରେ ବି ଲାଇଭ ଷ୍ଟ୍ରିମିଙ୍ଗ କରାଯାଇଥିଲା। କିନ୍ତୁ ଏହି ସମୟରେ ଜଣେ ସଦସ୍ୟ ଏମିତି କାରନାମା କରିଥିଲେ ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଜୁମ୍ ମିଟିଂ ବେଳେ ବ୍ୟକ୍ତି ଜଣକ ଅଚାନକ ଲୁଗାପଟା ଖୋଲି ଦେଇଥିଲେ। କେବଳ ଏତିକି ନୁହେଁ, ସେ ସେହି ଅବସ୍ଥାରେ ରୁମରେ ବୁଲିବା ମଧ୍ୟ ଆରମ୍ଭ କରିଥିଲେ। କିଛି ଦିନ ସମୟ ପରେ ସେ ପୁଣିଥରେ ଚେୟାରରେ ଆସି ବସିଯାଉଛନ୍ତି ଓ ମିଟିଂରେ ସାମିଲ ହେଉଛନ୍ତି।

ସୋସିଆଲ ମିଡିଆରେ ଏହି ଘଟଣା ବେଳର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି। ଲୁଗାପଟା ଖୋଲି ବୁଲୁଥିବା ବ୍ୟକ୍ତିଙ୍କ ବୟସ ୪୦-୫୦ ବର୍ଷ ମଧ୍ୟରେ ହେବ। ତେବେ କୁହାଯାଉଛି ଯେ ଉକ୍ତ ବ୍ୟକ୍ତି ଜାଣିନଥିଲେ ତାଙ୍କ କ୍ୟାମେରା ଅନ୍ ଅଛି ବୋଲି। ଏଣୁ ସେ ଡ୍ରେସ ଉତାରି ବୁଲୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.