Below header

ପୁଣି ଲାଗୁ ହୋଇପାରେ ନାଇଟ୍‌ କର୍ଫ୍ୟୁ, ଡିସେମ୍ବର ମାସ ପାଇଁ କେନ୍ଦ୍ରସରକାର ଜାରି କଲେ ଗାଇଡ଼ଲାଇନ୍

କେନ୍ୟୁଜ୍(ବ୍ୟୁରୋ):  ପୁଣି ଲାଗୁ ହୋଇପାରେ ନାଇଟ୍‌ କର୍ଫ୍ୟୁ । ଡିସେମ୍ବର ୧ରୁ ୩୧ ପର୍ଯ୍ୟନ୍ତ ନୂଆ ଗାଇଡଲାଇନ୍‌ ଜାରି କରିଛି କେନ୍ଦ୍ର ଗୃହ ବିଭାଗ । ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ନିଷ୍ପତ୍ତି ନେଇପାରିବେ । ସର୍ଭେଲାନ୍ସ, କଣ୍ଟେନମେଣ୍ଟ ଜୋନରେ ଆଇନ କଡା କଡି ହେବ । ସମସ୍ତ ରାଜ୍ୟକୁ ଗାଇଡଲାଇନ୍‌ ପାଳନ ପାଇଁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଗୃହ ବିଭାଗ। ଏହା ସହିତ ଅନେକ ସେବାକୁ ଅନୁମତି ଦେଇଛି ଗୃହ ବିଭାଗ ।

ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ଅନୁମତି ମିଳିଛି।  ରାଜ୍ୟ ବାହାର କିମ୍ବା ରାଜ୍ୟ ଭିତରକୁ ଆତଯାତ ପାଇଁ କଟକଣାକୁ ହଟାଯାଇଛି। ପ୍ରୋଟୋକଲ ଅନୁସାରେ ଟେଷ୍ଟିଂ ଓ  କଣ୍ଟାକ୍ଟ ଟ୍ରେସିଂକୁ ଗାଇଡ଼ ଲାଇନରେ ଗୁରୁତ୍ବ ଦିଆଯାଇଛି। କଣ୍ଟେନମେଣ୍ଟ  ଜୋନରେ କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିବ।

୫୦ ପ୍ରତିଶତ ଦର୍ଶକଙ୍କୁ  ନେଇ ଚାଲିପାରିବ ସିନେମା ହଲ୍। ଇଣ୍ଡୋର ହଲରେ ସର୍ବାଧିକ ୨୦୦ ଲୋକଙ୍କ ପ୍ରବେଶ  ପାଇଁ ଅନୁମତି ମିଳିଛି। କିନ୍ତୁ ପରିସ୍ଥିତି ଦେଖି ରାଜ୍ୟ ସରକାର ଚାହିଁଲେ ୧୦୦କୁ ହ୍ରାସ କରିପାରିବେ ବୋଲି ଗାଇଡ଼ଲାଇନରେ ଉଲ୍ଲେଖ ରହିଛି । ବ୍ୟବସାୟୀକ ଉଦ୍ଦେଶ୍ୟରେ ପଦର୍ଶନୀ ଖୋଲାଯିବାକୁ ମିଳିଛି ଅନୁମତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.