Below header

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପାଇଁ ପ୍ରସ୍ତୁତି ଶେଷ, ହେଲେ ଭକ୍ତର ଦୁଃଖ ବୁଝୁନି କାଳିଆ ଠାକୁର

ପୁରୀ (କେନ୍ୟୁଜ୍‌) : ଦୀର୍ଘ ଆଠ ମାସରୁ ଅଧିକ ସମୟ ହେଲା ଭକ୍ତ ବଞ୍ଚିତ ମହାପ୍ରଭୁଙ୍କ ଦର୍ଶନରୁ । ପୁଣି ଦୀର୍ଘ ୨୬ ବର୍ଷ ପରେ ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ଏହି ବେଶ ଦେଖିବାକୁ ଭକ୍ତ ଚାତକ ଭଳି ଚାହିଁ ରହିଥାଏ । ହେଲେ ଏଥର ଦର୍ଶନ ମିଳିବନି। କାରଣ କରୋନା ସାଜିଛି ବାଧକ । ମନ୍ଦିର ଭିତରକୁ ଯାଇ ପାରୁନି ଭକ୍ତ । ତେବେ ନାଗାର୍ଜୁନ ବେଶ ପାଇଁ କିଭଳି ପ୍ରସ୍ତୁତି ହୋଇଛି ଏବଂ ଏହି ଦୁର୍ଲଭ ବେଶ କିଭଳି କରାଯାଏ ଓ କଣ ସବୁ ସଜା ହୁଏ ସେ ବିଷୟରେ ଆପଣମାନଙ୍କୁ ଜଣାଇବୁ ।

NAG-3

ଦଶହରାରୁ ଆରମ୍ଭ ହୋଇ ଯାଇଥିଲା ନାଗାର୍ଜୁନ ବେଶ ପାଇଁ ପ୍ରସ୍ତୁତି । ୮ ଜଣ କାରିଗର ନିଷ୍ଠାର ସହ ପ୍ରାୟ ଏକମାସ ଧରି ପରିଶ୍ରମ କରି ବେଶ ନିର୍ମାଣ କରିଛନ୍ତି । ଆଜି ରାତି ଦୁଇଟାରେ ଏହି ବେଶ ଏକ ଶୋଭାଯାତ୍ରାରେ ଶ୍ରୀମନ୍ଦିରକୁ ଯିବ । ଏହି ବେଶକୁ ପୁଷ୍ପାଳକ ସେବାୟତମାନେ ମହାପ୍ରଭୁଙ୍କୁ ଲାଗି କରିବେ। ଭକ୍ତ ଠାକୁରଙ୍କର ଏହି ବେଶ ସିନା ଦେଖି ପାରିବେନି ହେଲେ ପରବର୍ତ୍ତୀ ସମୟରେ ଏସବୁ ଠାକୁରଙ୍କ ଠାରୁ ଓଲାଗି ବା ବାହାର କରାଗଲେ ତାକୁ ସଂଗ୍ରହାଳୟରେ ରଖାଯିବ । ଯାହାକୁ ସମସ୍ତେ ଦେଖି ପାରିବେ ।

NAG-4

ଶୁକ୍ରବାର କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ମଳତିଥିରେ ମହାପ୍ରଭୁ ବିଭୂଷିତ ହେବେ ଅନନ୍ଯ ନାଗାର୍ଜୁନ ବେଶରେ। ପରମ୍ପରା ଅନୁଯାୟୀ ହରଚଣ୍ଡୀ ସାହିର ଯଜମାନ ବଳରାମ ଖୁଣ୍ଟିଆଙ୍କ ତତ୍ତ୍ୱାବଧାନରେ ଆଠଜଣ କାରିଗର ବେଶ ନିର୍ମାଣରେ ଲାଗିଥିଲେ । ସେଥିପାଇଁ ଆବଶ୍ଯକ ହାଣ୍ଡିଆ, ଚନ୍ଦ୍ରସୂର୍ଯ୍ଯ, କଟାରୀ, ତ୍ରୀଶୂଳ, ଖଣ୍ଡା, ଢାଲ, ଓଳମାଳ ପ୍ରଭୃତି ସମସ୍ତ ବେଶ ସାମଗ୍ରୀ ତିଆରି ସରିଛି । ପାରମ୍ପରିକ କଳା, ନାଲି, ସବୁଜ ଆଦି ରଙ୍ଗର କନା ସହ ଶୋଲ, ବେତ, ବାଉଁଶ, ଜରି, କଇଁଥ ଅଠା ଆଦିରେ ତିଆରି ହୋଇଛି ଏହି ବେଶ।

NAG-5

ଏହି ବେଶ କରିବା ପାଇଁ ସିଂହାରୀ ସେବାୟତମାନେ ରତ୍ନସିଂହାସନ ନିକଟରେ ଉପସ୍ଥିତ ରହିବେ। ଅବକାଶ ନୀତି ପରେ ପ୍ରାୟ ତିନି ଘଣ୍ଟା ଲାଗି ପୁଷ୍ପାଳକ ସେବାୟତମାନେ ବରିଷ୍ଠ ସେବାୟତଙ୍କ ସହଯୋଗରେ ମହାପ୍ରଭୁଙ୍କୁ ବେଶ କରିବେ। ମହାପ୍ରଭୁ ଭୋଗମଣ୍ଡପ ଶେଷ ପର୍ଯ୍ଯନ୍ତ ଏହି ବେଶରେ ରହିବେ। ତେବେ ନିଷ୍ପତ୍ତି ଅନୁଯାୟୀ ଓଲାଗି ହୋଇଥିବା ନାଗାର୍ଜୁନ ବେଶ ସାମଗ୍ରୀ ସଂଗ୍ରହାଳୟରେ ରଖାଯିବ । ଏ ବାବଦରେ କ୍ଷତିପୂରଣ ରାଶି ସମ୍ପୃକ୍ତ ସେବାୟତ ନିଯୋଗକୁ ପ୍ରଦାନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.