ଏହି ବାରରେ ହିଁ କାଟନ୍ତୁ ଚୁଟି ଓ ନଖ, ସବୁଦିନ ପାଇଁ ଦୂରେଇ ଯିବ ଆର୍ଥିକ ସଙ୍କଟ

ଉଭୟ ପୁରୁଷ ଓ ମହିଳା ଚୁଟି କାଟିଥାନ୍ତି। କିନ୍ତୁ ଅଜାଣତରେ ଆମେ ବେଳେବେଳେ ଭୁଲ ବାରରେ ଚୁଟି କାଟିଥାଉ, ଯାହାର ପ୍ରଭାବ ଆମ ଜୀବନ ଉପରେ ମଧ୍ୟ ପଡ଼େ। ଶାସ୍ତ୍ରାନୁସାରେ କେତେକ ବାରରେ ଚୁଟି କାଟିବାକୁ ବାରଣ କରାଯାଇଛି। ଏହି ସବୁ ବାରରେ ଚୁଟି କାଟିବା ଦ୍ୱାରା ମହାଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ଓ ଧନଜୀବନ ହାନି ଘଟେ। ଏଣୁ କେତେକ ନିର୍ଦ୍ଦିଷ୍ଟ ବାରରେ ହିଁ ଚୁଟି କାଟିବା ଉଚିତ।

ଶାସ୍ତ୍ରାନୁସାରେ ଚୁଟି କାଟିବା ପାଇଁ ବୁଧବାର ଓ ଶୁକ୍ରବାର ସବୁଠୁ ଶୁଭ ହୋଇଥାଏ। ଜ୍ୟୋତିଷଙ୍କ ଅନୁସାରେ ବୁଧବାର ଚୁଟି ଓ ନଖ କାଟିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ଦିନ ଚୁଟି କାଟିଲେ ଘରେ କେବେ ବି ଅର୍ଥାଭାବ ଦେଖାଦିଏ ନାହିଁ। ସବୁବେଳେ ସୁଖ ସମୃଦ୍ଧି ଲାଗି ରହେ। ଏଣୁ ବୁଧବାର ଓ ଶୁକ୍ରବାର ଚୁଟି କାଟିବା ଉଚିତ। ଅନ୍ୟପଟେ ଶୁକ୍ରବାର ମଧ୍ୟ ନଖ କାଟିବା ଶୁଭ ହୋଇଥାଏ।

nail cutting

ସୂଚନାଯୋଗ୍ୟ ଯେ ଶାସ୍ତ୍ରରେ ପରିଷ୍କାର, ପରିଚ୍ଛନ୍ନ ରହିବା ଉପରେ ଗୁରୁତ୍ୱ ଦିଆଯାଇଛି। ନଖ ଓ ଚୁଟି କାଟିବାକୁ ଚାହୁଁଥିଲେ ଏହି ଦୁଇ ବାରରେ କାଟିପାରିବେ। ଏଭଳି କଲେ ଆପଣଙ୍କ ଜୀବନ ଧନଧାନ୍ୟରେ ପୂରି ଉଠିବ ଓ ଭାଗ୍ୟ ମଧ୍ୟ ସାଥ୍‌ ଦେବ। ଜ୍ୟୋତିଷଙ୍କ ମତରେ ସପ୍ତାହର ରବିବାର, ସୋମବାର, ମଙ୍ଗଳବାର, ଗୁରୁବାର ଓ ଶନିବାର ଭୁଲରେ ବି ଦାଢ଼ି, ଚୁଟି ଓ ନଖ କାଟନ୍ତୁ ନାହିଁ। ଏହା ଦ୍ୱାରା ଖରାପ ପ୍ରଭାବ ପଡ଼େ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.