Below header

ବିବାହ ପାଇଁ ମଡ଼େଲ ଦେଉଛନ୍ତି ୬୫କୋଟିର ସମ୍ପତ୍ତି, ଖୋଜୁଛନ୍ତି ଭାରତୀୟ ବରପାତ୍ର

ଋଷ : ପ୍ରତ୍ଯେକ ବ୍ଯକ୍ତିଙ୍କୁ ଜୀବନ ବିତାଇବା ପାଇଁ ଦରକାର ପଡ଼ିଥାଏ ସାଥିଟିଏ। ପ୍ରାୟ ସମସ୍ତେ ପ୍ରେମ ଏବଂ ଭଲ ପାଇବାର ଭୋକିଲା ରହିଥାନ୍ତି। ତେବେ ଆଜି ଆମେ ଏପରି ଜଣେ ମଡ଼େଲଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ବିବାହ ବଦଳରେ ତାଙ୍କର ସମସ୍ତ ସମ୍ପତ୍ତି ପ୍ରାୟ ୬୫ କୋଟି ଟଙ୍କା ଦେବା ପାଇଁ ରାଜି ଅଛନ୍ତି। କିନ୍ତୁ ତାଙ୍କୁ ଏପର୍ଯ୍ଯନ୍ତ କେହି ଜୀବନସାଥି ମିଳୁନାହାନ୍ତି।

model 2

 

ଋଷରେ ରହୁଥିବା ଏନା ନାମକ ମଡ଼େଲ ବିବାହ ପାଇଁ ଖୋଜୁଛନ୍ତି ମନଲାଖି ସାଥି। ଏଥିପାଇଁ ମଡ଼େଲ ଜଣଙ୍କ ତାଙ୍କର ସମସ୍ତ ସମ୍ପତ୍ତି ଦେବାକୁ ମଧ୍ୟ ରାଜି ଅଛନ୍ତି। କିନ୍ତୁ ଏନାଙ୍କର ଏଥିପାଇଁ ରହିଛି କିଛି ଖାସ ସର୍ତ୍ତ। ପ୍ରଥମତଃ ପୁଅଟି ଭାରତୀୟ ହୋଇଥିବା ଦରକାର। ଋଷ ନିବାସି ଏହି ମଡ଼େଲ ନିଜର ପ୍ଲସ ସାଇଜକୁ ନେଇ ବେଶ ଚର୍ଚ୍ଚିତ। ତାଙ୍କୁ ଭାରତୀୟ ପୁରୁଷ ଏତେ ମାତ୍ରାରେ ପସନ୍ଦ ଯାହା ପାଇଁ ସେ ତାଙ୍କର ଆଗାମୀ ଜୀବନ ଜଣେ ଭାରତୀୟ ସହ ବିତାଇବାକୁ ଚାହାନ୍ତି। ସେ କହିଛନ୍ତି, ଯେଉଁ ପୁରୁଷ ତାଙ୍କୁ ବିବାହ କରିବେ ସେ ତାଙ୍କର ସଂପୂର୍ଣ୍ଣ ସମ୍ପତ୍ତି ମୋଟ ପ୍ରାୟ ୬୫ କୋଟି ଟଙ୍କା ତାଙ୍କ ନାମରେ କରିଦେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.