ଅଧାରାତିରେ ମହିଳା ଯାତ୍ରୀଙ୍କୁ ଏକୁଟିଆ ନଛାଡ଼ି ଦେଢ଼ ଘଣ୍ଟା ରହିଲେ ଛିଡ଼ା, ଆଉ ତାପରେ …

ନୂଆଦିଲ୍ଳୀ : ଭାରତରେ ଅନେକ ସମୟରେ କ୍ଯାବ ଚାଳକଙ୍କ ଦ୍ବାରା ଯାତ୍ରୀଙ୍କୁ ଖରାପ ବ୍ଯବହାର ତଥା ର୍ଦୁବ୍ଯବହାରର ଘଟଣା ଶୁଣିବାକୁ ମିଳୁଛି। କିନ୍ତୁ ନିକଟରେ ଏପରି ଏକ ଘଟଣା ଶୁଣିବାକୁ ମିଳିଛି ଯାହା ଉପରେ ସାଧାରଣତଃ ଆପଣ ବିଶ୍ବାସ କରିପାରିବେ ନାହିଁ। ଜଣେ ଉବର କ୍ଯାବ୍ ଡ଼୍ରାଇଭରଙ୍କର ସୋସିଆଲ ମିଡ଼ିଆରେ ବହୁତ ପ୍ରଶଂସ ହେଉଛି। ଡ଼୍ରାଇଭର ଜଣଙ୍କ ମନ ଜିତିବା ଭଳି କାମ କରିଛନ୍ତି। ଦୁଇ ଜଣ ମହିଳାଙ୍କୁ ରାତି ଅଧାରେ ଏକୁଟିଆ ଛାଡ଼ିବା ଠିକ୍ ନଭାବିବାରୁ ତାଙ୍କ ସହିତ ଠିଆ ହୋଇଥିଲେ।

ଉବର ଡ଼୍ରାଇଭର ଜଣଙ୍କ ଦୁଇ ଜଣ ମହିଳାଙ୍କୁ ରାତି ଅଧରେ ତାଙ୍କ ସାଙ୍ଗରେ ନେଇ ଯାଇଥିଲେ। ଏତିକି ନୁହଁ ମହିଳା ରହିଥିବା ସୋସାଇଟିର ଗେଟ ବନ୍ଦ ଥିବାରୁ ତାଙ୍କୁ ସେଠରେ ଏକୁଟିଆ ନଛାଡ଼ି ଗେଟ ଖୋଲିବା ପର୍ଯ୍ଯନ୍ତ ତାଙ୍କ ସହିତ ଠିଆ ହୋଇଥିଲେ। ସେ ପ୍ରାୟ ଦେଢ଼ ଘଣ୍ଟା ଠିଆ ଉଠିବା ପରେ ସୋସାଇଟିର ଗେଟ ଖୋଲିଥିଲା। ସେହି ସମୟରେ ରାତିର ପ୍ରାୟ ୧ ବାଜିଥିଲା।


ଏହାପରେ ମହିଳାଙ୍କ ମଧ୍ୟରେ ଜଣେ ପ୍ରିୟସ୍ମିତା ଟ୍ବିଟ କରି ଉବର ଡ଼୍ରାଇଭର ସନ୍ତୋଷଙ୍କ ତାରିଫ କରିଛନ୍ତି। ଯାହା ପରେ ଘଟଣାଟି ବହୁ ସଂଖ୍ଯାକ ଭାଇରାଲ ହେବା ସହ ସନ୍ତୋଷଙ୍କୁ ଏଥିପାଇଁ ଉବର ତରଫରୁ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.