Below header

ପତ୍ନୀଙ୍କ ପାଇଁ ସମାଲୋଚନାର ଶିକାର ହେଲେ ଇରଫାନ୍, ଜାଣନ୍ତୁ କାହିଁକି

ପୁଣି ଥରେ ଚର୍ଚ୍ଚାରେ କ୍ରିକେଟ୍ ମୈଦାନରେ ନିଜର ଜଲୱା ଦେଖାଇଥିବା ପୂର୍ବତନ ଖେଳାଳୀ ଇରଫାନ୍ ପଠାନ୍ । ହେଲେ କ୍ରିକେଟ୍ ବା ନିଜ ପାଇଁ ନୁହେଁ ବରଂ ପତ୍ନୀ ସଫାଙ୍କ ପାଇଁ ଟ୍ରୋଲ୍ ହୋଇଛନ୍ତି ଇରଫାନ୍ । ସୂଚନା ଅନୁସାରେ, ନିକଟରେ ପ୍ରିନ୍ସ ନରୁଲା ଏବଂ ୟୁବିକାଙ୍କ ବିବାହକୁ ଯାଇଥିଲେ ଇରଫାନ୍ ଏବଂ ପତ୍ନୀ ସଫା । ଆଉ ଏହି ବିବାହ ଉତ୍ସବରେ ବୁର୍ଖାରେ ନଜର ଆସିଥିଲେ ସଫା । ତେବେ ଏହି ଉତ୍ସବରେ ସଫାଙ୍କ ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାହା ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାକୁ ଲାଗିଛି ।

irfan -khan-at-prince-narula-marriageଅନେକ ୟୁଜର୍ ସଫାଙ୍କ ମଜାକ୍ ଉଡାଇବା ସହ କିଛି ସମାଲୋଚନା ମଧ୍ୟ କରିଛନ୍ତି । ଏହା ସହ କିଛି ୟୁଜର୍ ସଫାଙ୍କୁ ଅନେକ ଖରାପ କମେଂଟ୍ କରିଛନ୍ତି । ତେବେ ଅନେକ ୟୁଜର ଇରଫାନଙ୍କୁ ସମାଲୋଚନା କରିବା ସହ ରୁଢିବାଦୀ ବୋଲି କହିଛନ୍ତି । କାରଣ ପ୍ରିତିଷ୍ଠିତ ବ୍ୟକ୍ତି ହୋଇ ମଧ୍ୟ ଉତ୍ସବକୁ ପତ୍ନୀଙ୍କୁ ବୁର୍ଖାରେ ନେଉଛନ୍ତି ଇରଫାନ୍ । ଯାହା ଇରଫାନ୍ ଜଣେ ରୁଢିବାଦୀ ବୋଲି ପରିଚୟ ଦେଉଛି ।

ସୂଚନଯୋଗ୍ୟ, କ୍ରିକେଟ୍ ମୈଦାନରୁ ଦୂର ହୋଇସାରିଲେଣି ଇରଫାନ୍ । ଏବେ ସେ ଜମ୍ମୁ କଶ୍ମୀର କ୍ରିକେଟ୍ ଟିମର କୋଚ୍ ରହିବା ସହ କମେଣ୍ଟ୍ରି ମଧ୍ୟ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.