Below header

ଚିଦାମ୍ବରମଙ୍କୁ ଗିରଫ କରିବାକୁ ପ୍ରଥମରୁ ହିଁ ମୋଦି ଦେଇଥିଲେ ସଙ୍କେତ, ସୋସିଆଇ ମିଡିଆରେ ଭାଇରାଲ ହେଉଛି ଭିଡିଓ

ଆଇଏନଏକ୍ସ ମିଡିଆ ମାମଲାରେ ଦିନସାରା ଚାଲିଥିବା ହାଇଭୋଲଟେଜ୍‌ ଡ୍ରାମା ପରେ ଶେଷରେ ସିବିଆଇ ହାତରେ ଧରାପଡ଼ିଛନ୍ତି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌। କଂଗ୍ରେସର ଏହି ବରିଷ୍ଠ ନେତାଙ୍କୁ ସିବିଆଇ ଗିରଫ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ପୁରୁଣା ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ମୋଦି ଚିଦାମ୍ବରମଙ୍କୁ ଗିରଫ କରିବା ପାଇଁ ସଙ୍କେତ ଦେଉଛନ୍ତି।

ଚିଦାମ୍ବରମଙ୍କୁ ସିବିଆଇ ଗିରଫ କରିବାର ମାତ୍ର କିଛି ମିନିଟ୍‌ ଭିତରେ ଭାଜପାର ଆଇଟି ସେଲ୍‌ ପ୍ରମୁଖ ଅମିତ ମାଲବିୟ ଟୁଇଟରରେ ଏହି ଭିଡିଓଟିକୁ ପୋଷ୍ଟ କରିଛନ୍ତି, ଯେଉଁଥିରେ ମୋଦିଙ୍କର ୨୦୧୯ ଏପ୍ରିଲ ମାସର ଭାଷଣ ରହିଛି। ଏଥିରେ ମୋଦି କହୁଛନ୍ତି କି, ‘ଯିଏ ଦେଶକୁ ଲୁଟିଛନ୍ତି, ତାଙ୍କୁ ଗୋଟି ଗୋଟି କରି ସବୁ ଫେରାଇବାକୁ ପଡ଼ିବ। କିଛି ଲୋକ ଜାମିନରେ ଆସିଥିବା ବେଳେ ଆଉ କିଛି ଲୋକଙ୍କୁ କୋର୍ଟରୁ ତାରିଖ ମିଳୁଛି। ମୁଁ ଭ୍ରଷ୍ଟାଚାରୀ ଲୋକଙ୍କୁ ଜେଲ ପଠାଇବାର ବ୍ୟବସ୍ଥା କରୁଛି’। ପ୍ରଧାନମନ୍ତ୍ରୀ ଆଉ ମଧ୍ୟ କହୁଛନ୍ତି, ‘ଆପଣ ବର୍ଷ ୨୦୧୪ରୁ ଦେଖି ଆସୁଛନ୍ତି। ଆପଣମାନଙ୍କ ସମର୍ଥନରେ ମୁଁ ଏଭଳି ଲୋକଙ୍କୁ ଜେଲର ରାସ୍ତା ଦେଖାଇଛି। ତଦନ୍ତ ଜାରି ରହିଛି ଏବଂ ୨୦୧୯ ପରେଟ୍ଟ(ଇସାରାରେ କହିଲେ, ଜେଲ ପଠାଇବି)’। ମୋଦି ଏହି ଭାଷଣ ‘ମୁଁ ବି ଚୌକିଦାର’ କାଯ୍ୟର୍କ୍ରମରେ ଦେଇଥିଲେ।

ଏହା ମଧ୍ୟ ପଢ଼ନ୍ତୁ: ପାକିସ୍ତାନର ହୋସ୍ ଉଡାଇବାକୁ ଆସିଗଲେ ଅଭିନନ୍ଦନ, ଦୀର୍ଘ ୬ମାସ ପରେ ପୁଣି ମିଗ୍-୨୧ରେ ଭରିଲେ ଉଡାଣ

modi1

କହି ରଖିଛୁ କି, ଆଇଏନଏକ୍ସ ମିଡିଆ ମାମଲାରେ ଅଭିଯୋଗଗୁଡ଼ିକର ସାମ୍ନା କରୁଥିବା ପି.ଚିଦାମ୍ବରମ୍‌ ବୁଧବାର ସନ୍ଧ୍ୟାରେ ନାଟକୀୟ ଢଙ୍ଗରେ କଂଗ୍ରେସ ମୁଖ୍ୟାଳୟରେ ପହଞ୍ଚିଥିଲେ। ଆଉ ଦାବି କରିଥିଲେ ଯେ ସେ କାନୁନ୍‌ଠାରୁ ଦୂରେଇ ଯାଉନାହାନ୍ତି ଏବଂ ତାଙ୍କ ବିରୋଧରେ ଲଗାଯାଇଥିବା ଅଭିଯୋଗ ସବୁ ମିଥ୍ୟା। ଏହାପରେ ସେ ନିଜ ବାସଭବନକୁ ଚାଲିଯାଇଥିଲେ। ପରେ ପରେ ସିବିଆଇ ଅଧିକାରୀମାନଙ୍କ ଏକ ଟିମ୍‌ ସେଠାରେ ପହଞ୍ଚିଥିଲା। ପାଖାପାଖି ୨ ଘଣ୍ଟା ପରେ ପରିଶ୍ରମ ପରେ ଅଧିକାରୀମାନେ ତାଙ୍କୁ ସିବିଆଇ ମୁଖ୍ୟାଳୟ ନେଇଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.