ରୋଜଗାରରେ ସୁନିଲ ସେଟ୍ଟୀଙ୍କର ଦୁଇ ପାଦ ଆଗରେ ତାଙ୍କ ସ୍ତ୍ରୀ, ଲେଡୀ ଅମ୍ବାନୀ ନାମରେ ବଲିଉଡରେ ପରିଚିତ

ସୁନିଲ ସେଟ୍ଟୀଙ୍କ ଗଣନା ବଲିଉ ଡର ଏମିତି ଷ୍ଟାର୍ସ ମାନଙ୍କ ସହିତ କରାଯାଏ ଯେଉଁମାନେ ନିଜ ଅଭିନୟ ଏବଂ ଆକ୍ସନର ଦମରେ ପରିଚୟ ସୃଷ୍ଟି କରିପାରିଛନ୍ତି। ତାଙ୍କ ନାମ ବଲିଉଡର ସବୁଠାରୁ ଧନୀ କଳାକାର ମାନଙ୍କ ଭିତରେ ମଧ୍ୟ ରହିଛି। ସୁନିଲ ସେଟ୍ଟୀ ଫିଲ୍ମରେ ଅନେକ ଥର ଧନୀ ବିଜନେସମ୍ୟାନ ଅଭିନୟରେ ରୋଲ ପେ୍ଲ କରିଛନ୍ତି କିନ୍ତୁ ବ୍ୟକ୍ତିଗତ ଜୀବନରେ ମଧ୍ୟ ତାଙ୍କର ରୋଜଗାର କାହା ଠାରୁ କମ୍‌ ନୁହେଁ। ଏହି ରୋଜଗାର ପଛରେ ତାଙ୍କ ସ୍ତ୍ରୀ ମାନା ସେଟ୍ଟୀଙ୍କର ମଧ୍ୟ ବହୁତ ବଡ ହାତ ଅଛି।

ସୁନିଲ ସେଟ୍ଟୀଙ୍କ ସ୍ତ୍ରୀ ମାନା ସେଟ୍ଟୀଙ୍କର ମଧ୍ୟ ଅଲଗା ଏକ ପରିଚୟ ରହିଛି। ମାନା କୌଣସି ସୁପରଓ୍ଵମ୍ୟାନ ଠାରୁ କମ୍‌ ନୁହଁନ୍ତି। ଏକାସାଥିରେ ସେ ଯେତିକି ବିଜନେସ୍‌ ସମ୍ଭାଳୁଛନ୍ତି ଆପଣ ଜାଣିବେ ତ ଆଶ୍ଚର୍ଯ୍ୟ ହୋଇଯିବେ। ସେ କେବଳ ଜଣେ ସକସେସଫୁଲ ବିଜନେସଓ୍ଵମ୍ୟାନ ନୁହଁନ୍ତି ବରଂ ସେ ଜଣେ ସଫଳ ସମାଜସେବୀ ଏବଂ ରିୟଲ ଇଷ୍ଟେଟର ରାଣୀ ମଧ୍ୟ। ଆଜି ମାନା ସେଟ୍ଟୀଙ୍କର ଜନ୍ମଦିନ।

manaମାନା ସେଟ୍ଟୀ ନିଜ ସ୍ୱାମୀ ସୁନିଲ ସେଟ୍ଟୀଙ୍କ ସହିତ ମିଶି ଏସଟୁ ନାମରେ ଏକ ରିୟଲ ଇଷ୍ଟେଟ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି ଯାହାର ଅନ୍ତର୍ଗତ ସେ ମୁମ୍ବାଇର ୨୧ ଲଗଜୁରୀ ପ୍ରାସାଦ ବନାଇଛନ୍ତି। ପ୍ରାୟ ୬୫୦୦୦ ସ୍କ୍ଵୟାର ଫୁଟ ଚଉଡାରେ ଥିବା ସବୁ ପ୍ରାସାଦରେ ସୁଖ ସୁବିଧାର ସବୁ ଜିନିଷ ଉପଲବ୍ଧ ରହିଛି। ଏହାଛଡା ମାନା ସେଟ୍ଟୀ ଏକ ଲାଇଫ ଷ୍ଟାଇଲ ଷ୍ଟୋର ମଧ୍ୟ ଚଲାନ୍ତି ଯେଉଁଥିରେ ଡେକୋରେସନ ଠାରୁ ଆରମ୍ଭ କରି ପ୍ରତିଦିନର ବ୍ୟବହାର କରୁଥିବା ସମସ୍ତ ଜିନିଷ ଉପଲବ୍ଧ ରହିଛି।

sunil shettyମାନା ସେଟ୍ଟୀ ‘ସେଭ ଦ ଚିଲଡ୍ରେନ ଇଣ୍ଡିଆ’ ନାମର ଏକ ଏନଜିଓ ଚଲାଉଛନ୍ତି। ଫଣ୍ଡ କରିବା ପାଇଁ ସେ ବେଳେବେଳେ ‘ଆରାଇସ’ନାମକ ପ୍ରଦର୍ଶନୀ ମଧ୍ୟ ଲଗାନ୍ତି। ସେଠାରୁ ଯେଉଁ ଟଙ୍କା ଆସେ ସେ ଯୁବତୀ ଏବଂ ମହିଳାଙ୍କ ଆବଶ୍ୟକତା ପାଇଁ ବ୍ୟବହାର କରନ୍ତି।

ଏହାସହ ପଢନ୍ତୁ : ଏଥର ଅକ୍ଷୟ କୁମାର ନୁହେଁ କାର୍ତ୍ତିକ ଘଉଡାଇବେ ଭୂତ, ଆସିଲା ‘ଭୂଲ ଭୂଲେୟା’ର ପ୍ରଥମ ପୋଷ୍ଟର

ରିପୋର୍ଟ ଅନୁଯାୟୀ ସୁନିଲ ସେଟ୍ଟୀ ବର୍ଷକୁ ୧୫୦ କୋଟିରୁ ଅଧିକ ଟଙ୍କା ରୋଜଗାର କରନ୍ତି। ତାଙ୍କ ପାଖରେ ଏକରୁ ବଡ ଏକ ଫ୍ଲାଟ, ଗାଡି, କାର, ବାଇକ୍‌, ରେସ୍ତୋରାଁ ରହିଛି। ଏହାଛଡା ସେ ନିଜର ଏକ ପ୍ରୋଡକସନ ହାଉସ ମଧ୍ୟ ଚଲାନ୍ତି। ତେବେ ମାନା ସେଟ୍ଟୀ ମଧ୍ୟ ରୋଜଗାରରେ ତାଙ୍କ ସ୍ୱାମୀ ସୁନିଲ ସେଟ୍ଟୀଙ୍କ ଠାରୁ ଦୁଇ ପାଦ ଆଗରେ ଅଛନ୍ତି। ମାନା ସେଟ୍ଟୀଙ୍କୁ ବଲିଉଡର ଲେଡୀ ଅମ୍ବାନୀ ମଧ୍ୟ କୁହାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.