ସାପ ନେଉଳ ଭିତରେ ଜବରଦସ୍ତ ଲଢେଇ, ଦେଖନ୍ତୁ ଏହି ଭାଇରାଲ ଭିଡିଓ

କେବେ କେବେ ସୋସିଆଲ ମିଡିଆରେ ଏଭଳି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖିବା ପରେ ଲୋମ ଟାଙ୍କୁରୀ ଉଠିଥାଏ। ଆଜ୍ଞା ହଁ ବର୍ତ୍ତମାନ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଗୋଟିଏ ନେଉଳ ନାଗ ସାପ ସାମ୍ନାରେ ନିଜ ଜୀବନ ବଞ୍ଚାଇବା ପାଇଁ ଜବରଦସ୍ତ ଲମ୍ଫ ପ୍ରଦାନ କରୁଛି।

ସୂଚନା ମୁତାବକ ଟ୍ଵିଟରରେ ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦା ଏହି ଭିଡିଓ ସେୟାର କରିବା ସହ ଲେଖିଛନ୍ତି, ‘ବଞ୍ଚିବାର କଳା’। ବର୍ତ୍ତମାନ ଏହି ଭିଡିଓ ଦେଖିବା ପରେ ର୍ହି ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ନାଗ ସାପଟି ଲୁଚି ବସିଥିବା ବେଳେ ନେଉଳଟି ଯେପରି ସାପ ସାମ୍ନାକୁ ଚାଲିଆସିଥିଲା ସେହି ସମୟରେ ହିଁ ସାପଟି ମାଡି ବସିଥିଲା। ଏହାପରେ ନେଉଳଟି ଲମ୍ଫ ପାରି ଚମ୍ପଟ ହୋଇଯାଇଥିଲା। ନେଉଳର ଲମ୍ଫ ଦେଖିଲେ ଯେ କେହି ଭି ଆଶ୍ଚର୍ଯ୍ୟ ହୋଇଯିବେ, ଯାହାର ଭିହିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଆପଣାମନେ ମଧ୍ୟ ଏହି ଭିଡିଓ ଦେଖନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.