Below header

ରାଜ୍ୟରେ ହକି ଖେଳରେ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ କରିପାରନ୍ତି ବଡ ଘୋଷଣା

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟରେ ହକି ଖେଳରେ ଉନ୍ନତି ପାଇଁ ହୋଇପାରେ ବଡ ଘୋଷଣା । ହକିର ଭିତ୍ତିଭୂମି ଓ ଖେଳାଳିଙ୍କୁ ପ୍ରୋତ୍ସାହନ ଦେବାକୁ ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରିପାରନ୍ତି । ଏଥିପାଇଁ ସଂଧ୍ୟାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କଳିଙ୍ଗ ଷ୍ଟାଡିୟମରେ କରାଯାଇଛି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏଫଆଇଏଚ ସଭାପତି ନରିନ୍ଦର ବାତ୍ରା ଯୋଗଦେବେ । ହକି ଇଣ୍ଡିଆ ଓ ରାଜ୍ୟ ସରକାର ମିଳିତ ଭାବେ କିଛି ଘୋଷଣା କରିବେ । ଏହାସହ ଆଗକୁ ହେବାକୁ ଥିବା ବିଶ୍ୱକପ୍‌ ପାଇଁ ଭୁବନେଶ୍ୱର ଭେନ୍ୟୁ ହୋଇପାରେ ବୋଲି ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.