Below header

ମାଙ୍କଡ଼ ଆଗରେ ଫିକା ପଡ଼ିଯିବ ମଣିଷର ପ୍ରେମ, ନିଜ ପିଲାକୁ ମାଙ୍କଡ଼ଠୁ ଆଣି ପାରୁନାହାଁନ୍ତି ମା ଦେଖନ୍ତୁ ଭିଡିଓ

ବଲିଉଡ ଅଭିନେତା ଅନୁପମ ଖେର ନିକଟରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁ ଭିଡିଓକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି । ଅନୁପମ ଖେରଙ୍କ ଦ୍ୱାରା ସେୟାର କରାଯାଇଥିବା ଏହି ଭିଡିଓରେ ଗୋଟିଏ ମାଙ୍କଡ଼ ଏକ ଛୋଟପିଲାକୁ ଜାବୁଡି ଧରିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ପିଲାଟିକୁ ସେ ଏତେ ଭଲପାଉଛି ଯେ ତାକୁ ତା ମା’ ପାଖକୁ ମଧ୍ୟ ଯିବାକୁ ଦେଉନାହିଁ । କିଛି ସମୟ ପରେ ଦେଖିବାକୁ ମିଳିଛି ଯେ ପିଲାଟିର ମା ତାକୁ ମାଙ୍କଡ଼ ନିକଟରୁ ଟାଣୁଛନ୍ତି କିନ୍ତୁ ସେହି ସମୟରେ ମାଙ୍କଡଟି ପିଲାକୁ ଜୋରରେ ଜାବୁଡି ଧରୁଛି । ମାଙ୍କଡଟିର ଏଭଳି ସୁନ୍ଦର ପ୍ରତିକ୍ରିୟା ଦେଖି ସୋସିଆଲ ମିଡିଆରେ ଲୋକମାନେ ଖୁବ କମେଣ୍ଟ କରୁଛନ୍ତି ।

ଅନୁପମ ଖେର ଏହି ଭିଡିଓକୁ ସେୟାର କରିବା ସହିତ ଲେଖିଛନ୍ତି “ମାଙ୍କଡ଼ ଓ ପିଲା ଦୁହିଁଙ୍କୁ ଏ କଥାର ଖବର ନାହିଁ ଯେ ସେମାନେ ଦେଶର କୋଣସି ଏକ କୋଣର ଏକ ଗଳି ଭିତରେ ଅଛନ୍ତି । ପିଲାଟିର ମାଙ୍କୁ ମଧ୍ୟ କୌଣସି ଫରକ ପଡୁନାହିଁ । ନିଶ୍ଚିତଭାବେ ଏହା ଭୋଳାପଣ ଅଟେ ଏବଂ ଏଇଠୁ ଜୀବନକୁ ଅନୁଭବ କରାଯାଇପାରେ । ଏପରିକି ଏହି ଭିଡିଓକୁ ସୁଟ କରୁଥିବା ବ୍ୟକ୍ତିମଧ୍ୟ କୌଣସି ଆଙ୍ଗେଲ ଦେଖୁନାହାନ୍ତି । ଉପଭୋଗ କରନ୍ତୁ” । ଏହିଭଳି ନିଜର ପ୍ରତିକ୍ରିୟା ରଖି ଅନୁପମ ଖେର ଏହି ଭିଡିଓକୁ ସେୟାର କରିଛନ୍ତି ।

Image result for monkey-loves-this-child-so-much-bollywood-actor-anupam-kher-shared-video

ସୂଚନା ଅନୁଯାୟୀ ଅନୁପମ ଖେର ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହିଥାନ୍ତି । ନିଜର ଫଟୋ ଓ ଭିଡିଓକୁ ସେୟାର କରିବା ସହିତ ସେ କିଛି ବିଷୟ ଉପରେ ମଧ୍ୟ ନିଜର ରାୟ ଦେଇଥାନ୍ତି । ଅନେକ ସମୟରେ ତାଙ୍କ ଟ୍ୱିଟ ବହୁତ ଭାଇରଲ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.