Below header

ଏମିତି ରୋସ୍ତୋରାଁ, ଯେଉଁଠାରେ ଭୂତପ୍ରେତ, ପିଶାଚ ପରଷନ୍ତି ଖାଦ୍ୟ ଓ ରକ୍ତଲଗା ଛୁରୀରେ କରାଯାଏ ସ୍ୱାଗତ

ପୃଥିବୀର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କନ୍‌ସେପ୍ଟର ରେସ୍ତୋରାଁ, ହୋଟେଲ, ଘର ଆଦି ରହିଛି। ଏଥିମଧ୍ୟରୁ କେତେକର କନ୍‌ସେପ୍ଟ ଖୁବ୍‌ ସୁନ୍ଦର ହୋଇଥିବା ବେଳେ ଆଉ କିଛି ଅଜବ ହୋଇଥାଏ। ସେହିଭଳି ଏକ ରୋସ୍ତୋରାଁ ହେଉଛି ସ୍ପେନ୍‌ର ଲା ମାସିୟା ଏକାନ୍‌ଟାଡା। ଏହି ରୋସ୍ତୋରାଁର ଥିମ୍‌ ହେଉଛି ହଣ୍ଟେଡ୍‌। ହୋଟେଲ୍‌ ମାଲିକଙ୍କ କହିବାନୁସାରେ ଏହି ସ୍ଥାନ ଅଭିଶପ୍ତ ଥିଲା। ତେଣୁ ସେ ଏଠାରେ ସେ ଭୂତ କନ୍‌ସେପ୍ଟକୁ ନେଇ ରେସ୍ତୋରାଁ ନିର୍ମାଣ କରିଛନ୍ତି।

ଇତିହାସରୁ ଜଣାଯାଏ ଯେ, ୧୭ ଶହ ଶତାବ୍ଦୀରେ ଏଠାରେ ଦୁଇଟି କୋଠା ଥିଲା। ଏହାର ନିର୍ମାଣ ଜୋସେଫ୍‌ ମା ରିଏସ୍‌ ଓ ସୁରୋକା କରିଥିଲେ। ପରେ ପାରିବାରିକ ବିବାଦ ଯୋଗୁ ଏହି ସ୍ଥାନ ଛାଡ଼ି ଜୋସେଫ୍‌ ଚାଲିଯାଇଥିଲେ। ଫଳରେ ତାଙ୍କ କୋଠାଟି ନିର୍ଜନ ହୋଇ ପଡ଼ିରହି କ୍ରମଶଃ ଭୂତ ବଙ୍ଗଳାରେ ପରିବର୍ତ୍ତିତ ହୋଇଥିଲା।

୧୯୭୦ ମସିହାରେ ଏହି ବଙ୍ଗଳାରେ ସୁରୋକାଙ୍କ ବଂଶଜ ଏକ ରୋସ୍ତୋରାଁ ଖୋଲିଥିଲେ। ଏହି ସ୍ଥାନରେ ଭୂତପ୍ରେତ ରହୁଥିବା ବିଶ୍ୱାସ ଥିବାରୁ ସେ ଏଠାରେ ଭୂତପ୍ରେତ ଥିମ୍‌ରେ ହିଁ ରୋସ୍ତୋରାଁ ସ୍ଥାପନ କରିଥିଲେ। ଏହି ରୋସ୍ତୋରାଁରେ ୱେଟରଠାରୁ ଆରମ୍ଭ କରି ରୋଷେୟା ପର୍ଯ୍ୟନ୍ତ ସମସ୍ତେ ଭୂତପ୍ରେତ କଷ୍ଟ୍ୟୁମରେ କାମ କରିଥାନ୍ତି। ଗ୍ରାହକଙ୍କୁ ମଧ୍ୟ ଏଠାରେ ଭୂତଙ୍କ ଅନୁଭବ ଦେବା ପାଇଁ ବିଭିନ୍ନ ଭୟଙ୍କର ଗୀତ ଲଗାଯାଏ।

ଏହି ସ୍ଥାନଟି ଭୟଙ୍କର ହୋଇଥିବାରୁ ଏଠାକୁ ହୃଦରୋଗୀ, ଆଜ୍‌ମା ରୋଗୀ, ଗର୍ଭବତୀ, ବିକଳାଙ୍ଗ ଓ ୧୪ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପ୍ରବେଶ ନିଷେଧ କରାଯାଇଛି। କେବଳ ସେତିକି ନୁହେଁ ଏଠାକୁ ମୋବାଇଲ୍‌ ନେବାକୁ ମଧ୍ୟ ବାରଣ କରାଯାଇଛି। ହୋଟେଲରେ ୬୦ ଟି ସିଟ୍‌ ରହିଥିବା ବେଳେ ଆଗୁଆ ବୁକ୍‌ କରିବା ନିୟମ ରହିଛି। ୬୦ରୁ ୩୫ଟି ସିଟ୍‌ ପୂରଣ ହେବା ପରେ ହିଁ ଏଠାରେ ହଣ୍ଟେଡ୍‌ ଶୋ’ ଆୟୋଜିତ ହୁଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.