Below header

ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ମୟୂରଭଞ୍ଜ ଗସ୍ତ

ବାରିପଦା (କେନ୍ୟୁଜ୍) : ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ମୟୂରଭଞ୍ଜ ଗସ୍ତ । ଉପରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ନିଜ ଜନ୍ମମାଟିକୁ ଆସିଛନ୍ତି । ବେତନଟୀରେ ପହଞ୍ଚିବା ପରେ ତାଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ବେତନଟୀ ସ୍ଥିତ ମହାରାଜ ପୂର୍ଣ୍ଣଚନ୍ଦ୍ର ହାଇସ୍କୁଲ ଠାରେ ତାଙ୍କୁ ବରିଷ୍ଠ ନାଗରିକ ମଞ୍ଚ ଓ ବିଭିନ୍ନ ସଂଗଠନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ହାଇସ୍କୁଲରେ ପାଠ ପଢ଼ିଥିଲେ ଗିରୀଶ ଚନ୍ଦ୍ର ମୁର୍ମୁ । ଏହି ଅବସରରେ ହାଇସ୍କୁଲରେ ପାଠ ପଢ଼ିବା ବେଳେର ସ୍ମୃତିକୁ ମନେପକାଇ ଭାବବିହ୍ଵଳ ହୋଇପଡ଼ିଥିଲେ । ସେ ବାରିପଦା ବାଙ୍କିଶୋଳଠାରେ ଥିବା କିସ୍‌ ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଯିବାର କାର୍ଯ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.