ଏଠି ବାଘ ମଣିଷ ସାଙ୍ଗ, ଜାଣନ୍ତୁ ଥାଇଲାଣ୍ଡର ‘ବାଘ ମନ୍ଦିର’ ବିଷୟରେ କିଛି ରୋଚକ କଥା

ଆପଣ ତ ବିଭିନ୍ନ ଦେବା ଦେବୀଙ୍କ ମନ୍ଦିର ବିଷୟରେ ଶୁଣିଥିବେ ଓ ଯାଇଥିବେ । କିନ୍ତୁ କେବେ ବାଘ ମନ୍ଦିର ବିଷୟରେ ଶୁଣିଛନ୍ତି କି । ଭାରତର ପଡୋଶୀ ଦେଶ ଥାଇଲାଣ୍ଡରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ବହୁ ସଂଖ୍ୟାରେ ବାଘ ବାସ କରନ୍ତି । ଏମିତିକି ଏହି ମନ୍ଦିର ଟିର ନାଁ ବାଘ ମନ୍ଦିର ରଖାଯାଇଛି । ଏଠିକୁ ଯେ କେହି ଗଲେ ସେଠି ଆରାମରେ ବାଘମାନଙ୍କ ସହ ସମୟ କାଟି ପାରିବ । ସେମାନେ କାହାର କିଛି କ୍ଷତି କରନ୍ତି ନାହିଁ ।

ଏହାର ସ୍ଥାପନ ପଛରେ ଏକ ରୋଚକ କାହାଣୀ ମଧ୍ୟ ଅଛି । ୧୯୯୪ ମସିହାରେ ବୌଦ୍ଧ ଭିକ୍ଷୁମାନେ ବୁଦ୍ଧ ମନ୍ଦିର ଭାବେ ଏହି ମନ୍ଦିରର ସ୍ଥାପନ କରିଥିଲେ । ଏହାର ସ୍ଥାପନା ହେବା ପରେ ବୌଦ୍ଧ ଭିକ୍ଷୁମାନେ ଏହାକୁ ବନ୍ୟ ଜୀବ ସଂରକ୍ଷଣ ଯୋଜନା ସହ ଯୋଡି ଦେଇଥିଲେ ।

tiger temple

ଆରମ୍ଭ ସମୟରେ ଏଠାରେ କିଛି ଛୋଟ ଛୋଟ ଜଙ୍ଗଲୀ ପଶୁ ପକ୍ଷୀଙ୍କୁ ରଖା ଯାଉଥିଲା ଓ ସେମାନଙ୍କ ସଂରକ୍ଷଣ ପ୍ରତି ଧ୍ୟାନ ଦିଆଯାଉଥିଲା । ପରେ ୧୯୯୯ ମସିହାରେ ପାଖ ଜଙ୍ଗଲରୁ ଏକ ବାଘ ଛୁଆକୁ ଅଣାଯାଇଥିଲା । ଅବଶ୍ୟ ଛୁଆଟି ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚି ନଥିଲା । କିନ୍ତୁ ସେହି ଘଟଣା ପରେ ପରେ ମନ୍ଦିର କର୍ତ୍ତୃପକ୍ଷ ଆଖପାଖ ଅଞ୍ଚଳର ଅନାଥ ବାଘ ଛୁଆମାନଙ୍କୁ ମନ୍ଦିର ପରିସରକୁ ଆଣି ସେମାନଙ୍କ ଲାଳନ ପାଳନ କରୁଥିଲେ । ଧୀରେ ଧୀରେ ଏହି ମନ୍ଦିର ପରିସରରେ ବାଘମାନଙ୍କ ସଂଖ୍ୟା ମଧ୍ୟ ବଢିବାକୁ ଲାଗିଲା । ଏମିତିକି ମନ୍ଦିରର ନାଁ ‘ଟାଇଗର ଟେମ୍ପଲ’ ରଖାଯାଇଥିଲା । ବର୍ତ୍ତମାନ ସମୟରେ ଏଠାରେ ସମୁଦାୟ ୧୫୦ଟି ବାଘ ବାସ କରୁଛନ୍ତି ।

tiger temple

ଏହି ବାଘମାନଙ୍କୁ ବୌଦ୍ଧ ଭିକ୍ଷୁମାନେ ଏପରି ଭାବେ ଟ୍ରେଣ୍ଡ କରିଥାନ୍ତିକି ସେମାନେ ମଣିଷ ସହ ହିଂସାତ୍ମକ ବ୍ୟବହାର କରିବା ବଦଳରେ ସାଙ୍ଗ ଭଳି ମିଶିଥାନ୍ତି । ଏହି ମନ୍ଦିରକୁ ଆସୁଥିବା ପର୍ଯ୍ୟଟକ ମାନେ ଏହି ବାଘ ମାନଙ୍କ ସହ ଖେଳିବା ସହ ଫଟୋ ମଧ୍ୟ ଉଠାଇଥାନ୍ତି । ଏହି ମନ୍ଦିର ଏବେ ଥାଇଲାଣ୍ଡର ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ମଧ୍ୟ ପାଲଟିଛି । ପ୍ରତିବର୍ଷ ଏଠାକୁ ଲକ୍ଷ ଲକ୍ଷ ପର୍ଯ୍ୟଟକ ବୁଲିବା ପାଇଁ ଆସୁଥିବା ବେଳେ ଏଠାକାର ବାଘମାନେ କାହାର କ୍ଷତି ଘଟେଇଥିବା ନଜରକୁ ଆସିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.