Below header

ଏହି ଉପାୟରେ ଚମକାନ୍ତୁ ସ୍ମାର୍ଟଫୋନ୍‌, ପୁରୁଣା ଦିଶୁଥିବା ଫୋନ୍‌ ବି ହୋଇଯିବ ନୂଆ

ଆଜିକାଲି ଯାହା ହାତରେ ଦେଖ ସ୍ମାର୍ଟଫୋନ୍‌। ମୋବାଇଲ୍‌ ଫୋନ୍‌ର କ୍ରେଜ୍‌ ଏତେ ମାତ୍ରାରେ ବଢ଼ିଯାଇଛି ଯେ ଲୋକେ କି-ପ୍ୟାଡ୍‌ ଛାଡି ଟଚ୍‌ ସ୍କ୍ରିନ୍‌ ବ୍ୟବହାର କରିବାକୁ ଲାଗିଲେଣି। ଏଥିରେ କାମ କରିବା ମଧ୍ୟ ସହଜ ହୋଇଥିବାରୁ ସମସ୍ତେ ଏହାକୁ ବ୍ୟବହାର କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। କିନ୍ତୁ ସୁନ୍ଦର ଦେଖାଯାଉଥିବା ଏହି ଫୋନ୍‌ରେ ଟିକେ ହାତ ବାଜିଗଲେ ତାହା ଅପରିଷ୍କାର ହୋଇଯାଏ। ଫଳରେ ମୋବାଇଲ୍‌ ସ୍କ୍ରିନ୍‌ ଭଲ ଭାବେ ଦିଶେନାହିଁ। ତେଣୁ ଆମେ ଯେକୌଣସି କପଡ଼ାରେ ସ୍କ୍ରିନ୍‌କୁ ପୋଛି ଦେଇଥାଉ। ଆପଣ ମଧ୍ୟ ଯଦି ଏଭଳି କରୁଛନ୍ତି ତେବେ ଏଥିରୁ ବିରତ ରୁହନ୍ତୁ। ମୋବାଇଲ୍‌ ଫୋନ୍‌ର ସ୍କ୍ରିନ୍‌ ଖୁବ୍‌ ସେନ୍‌ସେଟିଭ୍‌ ହୋଇଥିବାରୁ ସାମାନ୍ୟ ଆଘାତ ଲାଗିଲେ ଏହା ସ୍କ୍ରାଚ୍‌ ହୋଇଯିବା ସମ୍ଭାବନା ରହିଛି। ତେବେ ଆସନ୍ତୁ ଜାଣିବା ମୋବାଇଲ୍‌ ଓ ଟ୍ୟାବ୍‌ ସ୍କ୍ରିନ୍‌ ସଫା କରିବା ସହଜ ଉପାୟ…

ଫୋନ୍‌ର ସ୍କ୍ରିନ୍‌ ଉପରେ ଲାଗିଥିବା ଦାଗକୁ ଛଡ଼ାଇବା ବେଳେ କେବେ ବି ଚାପ ପକାନ୍ତୁନି। ଅଧିକ ଦବାଇ ପୋଛିବା ଦ୍ୱାରା ସ୍କ୍ରିନ୍‌ ଫାଟିଯିବା ସମ୍ଭାବନା ରହିଛି।

ଗ୍ଲାସ୍‌ ସଫା କରିବା ବେଳେ ବଜାରରେ ମିଳୁଥିବା ଲିକ୍ୱିଡ୍‌ରେ ସଫା କରନ୍ତୁ। ଗ୍ଲାସ୍‌ କ୍ଲିନ୍‌ଜର ନଥିଲେ ୨-୩ ଟୋପା ପାଣି ପକାଇ ତୁଳା କିମ୍ବା ହାଲ୍‌କା କପଡ଼ାେରେ ମଧ୍ୟ ସଫା କରିପାରିବେ।

ସ୍କ୍ରିନ୍‌ ସଫା କରିବା ବେଳେ କେବେ ବି ଉପରୁ ତଳକୁ କି ତଳୁ ଉପରୁ ପୋଛନ୍ତୁ ନାହିଁ। ଏହା ଦ୍ୱାରା ସ୍କ୍ରିନ୍‌ ଖରାପ ହେବା ସମ୍ଭାବନା ରହିଛି। କପଡ଼ାକୁ ସବୁବେଳେ ସ୍କ୍ରିନ୍‌ ଉପରେ ବୃତ୍ତାକାର ଦିଗରେ ବୁଲାଇ ବୁଲାଇ ସଫା କରିବା ଉତ୍ତମ ହୋଇଥାଏ।

ସ୍ମାର୍ଟଫୋନ୍‌ ବା ଟ୍ୟାବ୍‌ର ଟଚ୍‌ସ୍କ୍ରିନ୍‌ ସଫା କରିବା ବେଳେ ସବୁବେଳେ ମାଇକ୍ରୋଫାଇବର କପଡ଼ା ବ୍ୟବହାର କରନ୍ତୁ। ଏହା ଅପେକ୍ଷାକୃତ ନରମ ହୋଇଥାଏ ଫଳରେ ସ୍କ୍ରିନ୍‌ରେ କୌଣସି ଦାଗ ରହେନାହିଁ।

ଆପଣ ଚାହିଁଲେ ଚଷମା ସଫା କରିବାକୁ ବ୍ୟବହାର କରାଯାଉଥିବା ନରମ କପଡ଼ାରେ ମଧ୍ୟ ଫୋନ୍‌ ଡିସ୍‌ପ୍ଲେ ସଫା କରିପାରନ୍ତି। ବଜାରରେ ଏହା ସହଜରେ ଉପଲବ୍ଧ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.