Below header

କମ୍ପ୍ୟୁଟର ସିଷ୍ଟମରେ ବୈଷୟିକ ତ୍ରୁଟି ଯୋଗୁଁ ଆମେରିକା ଅକାଶ ବନ୍ଦ, ଅଟକିଲା ୩,୭୦୦ରୁ ଅଧିକ ବିମାନର ଉଡାଣ

କେନ୍ୟୁଜ୍(ବ୍ୟୁରୋ): ଆମେରିକା ଆକାଶ ବନ୍ଦ । ଲ୍ୟାଣ୍ଡିଂ କଲେ ସବୁ ବିମାନ। କମ୍ପ୍ୟୁଟର ସିଷ୍ଟମରେ ବୈଷୟିକ ତ୍ରୁଟି ପରେ ଆମେରିକାରେ ବିମାନ ଚଳାଚଳ ବାଧାପ୍ରାପ୍ତ। ପାର୍କିଂରେ ୩ ହଜାର ୭୦୦ ବିମାନ। ୫୦୦ ବିମାନ ଉଡ଼ାଣ ସଂପୂର୍ଣ୍ଣ ରଦ୍ଦ କରାଯାଇଛି। ଆମେରିକାର ଫେଡେରାଲ ଏଭିଏସନ ଆଡିମିନିଷ୍ଟ୍ରେସନର କମ୍ପ୍ୟୁଟର ସିଷ୍ଟମରେ ତ୍ରୁଟି ପରେ ଏଭଳି ସ୍ଥିତି ଉପୁଜିଛି। ଆମେରିକା ଭିତରେ, ଆମେରିକାରୁ ବାହାରକୁ ଯାଉଥିବା ଏବଂ ବାହାରୁ ଆମେରିକା ଆସୁଥିବା ସବୁ ବିମାନ ଉଡ଼ାଣ ବନ୍ଦ ।

ନୋଟିସ ଟୁ ଏୟାର ମିଶନ ବା ନୋଟାମ୍‌ ସିଷ୍ଟମ ଫେଲ ହେବା ଫଳରେ ଏହି ସମସ୍ୟା ସୃଷ୍ଟି ହୋଇଛି। ଆମେରିକାର ସ୍ଥାନୀୟ ସମୟ ସକାଳ ୯ଟା ପରେ ସିଷ୍ଟମ ଧୀରେ ଧୀରେ କାର୍ଯ୍ୟକ୍ଷମ ହେଉଥିବା ସୂଚନା ମିଳିଛି। ଆଜି ଆମେରିକାରୁ ୨୧ ହଜାର ବିମାନ ଉଡ଼ାଣ ଭରିବାର ଥିଲା। କମ୍ପୁଟର ସିଷ୍ଟମ ଅଚଳ ହୋଇପଡ଼ିବା ପରେ ଆମେରିକାର ଫ୍ଲାଇଟ୍‌ ରେଗୁଲେଟର ପକ୍ଷରୁ ଏକ ହଟ୍‌ଲାଇନ୍‌ କାର୍ଯ୍ୟକ୍ଷମ କରାଯାଇଥିଲା। ତେବେ କମ୍ପ୍ୟୁଟର ସିଷ୍ଟମ ଅଚଳ ହେବା ପଛରେ ସାଇବର ଆଟାକ୍‌ କାରଣ ନୁହେଁ ବୋଲି ଆମେରିକା ପକ୍ଷରୁ କୁହାଯାଇଛି । ଆମେରିକାର ଜଣେ ସେସାମରିକ ବିମାନ ଚଳାଚଳ ବିଶେଷଜ୍ଞ କହିଛନ୍ତି ଏହା ପୂର୍ବରୁ ଏମିତି କେବେ ଘଟିଥିଲା ତାଙ୍କର ମନେ ନାହିଁ । ବୋଧହୁଏ ୯/୧୧ ଆତଙ୍କବାଦୀ ଆକ୍ରମଣ ବେଳେ ଏଭଳି ସ୍ଥିତି ପୂରା ଆମେରିକାରେ ବିମାନ ସେବା ଠପ୍‌ ହୋଇ ଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.