Below header

ଆଫଗାନିସ୍ତାନ ରାଜଧାନୀ କାବୁଲରେ ପୁଣି ଆତଙ୍କବାଦୀ ଆକ୍ରମଣ: ୨୦ରୁ ଅଧିକ ମୃତ, ବହୁ ଲୋକ ଆହତ

କେନ୍ୟୁଜ୍(ବ୍ୟୁରୋ):କାବୁଲରେ ପୁଣି ଆତଙ୍କବାଦୀ ଆକ୍ରମଣ। ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରାଳୟ ନିକଟରେ ଆତ୍ମଘାତୀ ଆକ୍ରମଣ ହୋଇଛି। ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ତାଲିବାନ ଓ ଚୀନ୍‌ ଅଧିକାରୀଙ୍କ ମଧ୍ୟରେ ବୈଠକ ଚାଲିଥିବା ବେଳେ ବିସ୍ଫୋରଣ ହୋଇଥିଲା। ଆକ୍ରମଣ ପାଇଁ କୌଣସି ସଂଗଠନ ଏପର୍ଯ୍ୟନ୍ତ ନିଜକୁ ଦାୟୀ କରି ନାହାନ୍ତି ।

ଜଣେ ଆତ୍ମଘାତୀ ବିସ୍ଫୋରକ ନିଜକୁ ଉଡ଼ାଇ ଦେଇଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ ମୃତଦେହ ବିଛାଡ଼ି ହୋଇ ପଡ଼ିଥିଲା। ଗତ କିଛି ଦିନ ମଧ୍ୟରେ ଆଫଗାନିସ୍ତାନରେ ବହୁବାର ଆତଙ୍କବାଦୀ ଆକ୍ରମଣ ହେଲାଣି । ତାଲିବାନ କ୍ଷମତାକୁ ଫେରିବା ପରେ ଆଫଗାନିସ୍ତାନରେ ଆତଙ୍କବାଦୀ ଆକ୍ରମଣ ବଢ଼ିଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.