Below header

୨ ମେଡିକାଲ କଲେଜର ନାମକରଣ କଲେ ରାଜ୍ୟ ସରକାର

କେନ୍ୟୁଜ୍(ବ୍ୟୁରୋ):  ନବନିର୍ମିତ ୨ ମେଡିକାଲ କଲେଜର ନାମକରଣ କଲେ ରାଜ୍ୟ ସରକାର। ସୁନ୍ଦରଗଡ଼ ମେଡିକାଲ କଲେଜକୁ ସରକାରୀ ମେଡିକାଲ କଲେଜ ଓ ହସ୍‌ପିଟାଲ, ସୁନ୍ଦରଗଡ଼ ନାମରେ ନାମିତ କରାଯାଇଛି। ସେହିପରି କେନ୍ଦୁଝର ମେଡିକାଲ କଲେଜକୁ ଧରଣୀଧର ମେଡିକାଲ କଲେଜ ଓ ହସ୍‌ପିଟାଲ ନାଁରେ ନାମିତ ହୋଇଛି। ସେହିପରି କଳାହାଣ୍ଡି ମେଡିକାଲ କଲେଜର ନୂଆ ଅଧ୍ୟକ୍ଷ ଓ ଅଧୀକ୍ଷକ ମଧ୍ୟ ନିଯୁକ୍ତ କରାଯାଇଛି।

ବ୍ରହ୍ମପୁର ମେଡିକାଲ କଲେଜର ଆନାସ୍ଥେସିଓଲୋଜି ବିଭାଗ ପ୍ରଫେସର ଡାକ୍ତର ବସନ୍ତ କୁମାର ପ୍ରଧାନଙ୍କୁ କଳାହାଣ୍ଡି ସରକାରୀ ମେଡିକାଲ କଲେଜ ଓ ହସପିଟାଲର ଅଧ୍ୟକ୍ଷ ଓ ଡିନ୍‌ ଭାବେ ନିଯୁକ୍ତି କରାଯାଇଛି। ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ଆନାସ୍ଥେସିଓଲୋଜି ବିଭାଗ ପ୍ରଫେସର ଡାକ୍ତର ହରେକୃଷ୍ଣ ଦଳାଇଙ୍କୁ କଳାହାଣ୍ଡି ସରକାରୀ ମେଡିକାଲ କଲେଜ ଓ ହସପିଟାଲର ସୁପରିଟେଣ୍ଡେଣ୍ଟ ଭାବେ ନିଯୁକ୍ତ କରାଯାଇଛି। ସେହିପରି ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ରଙ୍କୁ ଏସସିବି ମେଡିକାଲ କଲେଜ ଓ ହସପିଟାଲର ସୁପରିଟେଣ୍ଡେଣ୍ଟ ନିଯୁକ୍ତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.