ପୁରୀ ଶ୍ରୀମନ୍ଦିରରେ ମୂଷା ଆତଙ୍କ: ଶ୍ରୀଅଙ୍ଗରେ ଲାଗିଥିବା ନାଗନାଗୁଣୀ ଦଉଡ଼ିକୁ କାଟି ଦେଇଛନ୍ତି

ପୁରୀ(କେନ୍ୟୁଜ୍): ପୁରୀ ଶ୍ରୀମନ୍ଦିରରେ ମୂଷା ଆତଙ୍କ। ଗତ ୨ଦିନ ଧରି ଶ୍ରୀମନ୍ଦିର ଗର୍ଭଗୃହରେ ମୂଷା ଆତଙ୍କ ଦେଖାଯାଇଛି। ମହାବାହୁଙ୍କ ଶ୍ରୀଅଙ୍ଗରେ ଲାଗିଥିବା ନାଗନାଗୁଣୀ ଦଉଡ଼ିକୁ କାଟି ଦେଇଥିବାରୁ ଯଥେଷ୍ଟ କ୍ଷତି ହୋଇଛି। ମୂଷାଙ୍କ ଉତ୍ପାତ ଯୋଗୁଁ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ସଙ୍କଟରେ ପଡିଛି। ମୂଷାଗୁଡ଼ିକ ରତ୍ନସିଂହାସନ ସମ୍ମୁଖ କଳହାଟ ଦ୍ୱାର ଦେଇ ଗର୍ଭଗୃହକୁ ପଶୁଥିବା ଆଶଙ୍କା କରାଯାଉଛି।

ମୂଷାଙ୍କ ସହ ବହୁ ସଂଖ୍ୟାରେ ଅସରପା ମଧ୍ୟ ଦେଖାଯାଉଛି। ଗର୍ଭଗୃହରୁ ଜଳ ନିଷ୍କାସନ ପାଇଁ ଲକ୍ଷ୍ମୀମନ୍ଦିର ସାମନାକୁ ଥିବା ନଳା ମୁହଁରେ ଘୋଡ଼ଣୀ ରହୁନଥିବାରୁ ଏହି ବାଟ ଦେଇ ମଧ୍ୟ ମୂଷା ପଶୁଥିବା ଆଶଙ୍କା କରାଯାଉଛି। ଶ୍ରୀଅଙ୍ଗକୁ ବିପଦ ନେଇ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ଅସ୍ୱୀକାର କରିଛନ୍ତି। ତେବେ ମୂଷାଙ୍କୁ କାବୁ କରିବାକୁ ଯନ୍ତାର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ସେବାୟତ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.