ଆସନ୍ତା ୧ରୁ ରାଜ୍ୟରେ ଡାକ୍ତରଙ୍କ ଆନ୍ଦୋଳନ ଚେତାବନୀ, କେନ୍ଦ୍ରୀୟ ହାରରେ ଦରମା ଦେବା ପାଇଁ ଦାବି

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତା ୧ରୁ ରାଜ୍ୟରେ ଡାକ୍ତରଙ୍କ ଆନ୍ଦୋଳନ ଚେତାବନୀ । କେନ୍ଦ୍ରୀୟ ହାରରେ (ଡିଏସିପି)ଦରମା ପ୍ରଦାନ,ଆଡହକ ଡାକ୍ତରଙ୍କୁ ସ୍ଥାୟୀ ନିଯୁକ୍ତି ଆଦି ଦାବିରେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି ଓମସା । ଚିକିତ୍ସକମାନେ ଓଏମ୍‌ଏସ୍‌ କ୍ୟାଡର ହୋଇଥିଲେ ମଧ୍ୟ ସେମାନଙ୍କ ପାଇଁ ପ୍ରଚଳିତ ଡିଏସିପି ବ୍ୟବସ୍ଥା ଲାଗୁ ହୋଇନାହିଁ ।

୨୦୧୯ ମସିହାରେ ରାଜ୍ୟ ସରକାର ଡିଏସିପି ନାମରେ ୭, ୧୪ , ୨୧ ବର୍ଷରେ ଲାଗୁ କରିଥିବା ପ୍ରମୋସନ ବ୍ୟବସ୍ଥାରୁ ଯୁବବର୍ଗ ଓ ଅଭିଜ୍ଞ ଡାକ୍ତରମାନେ ଆର୍ଥିକ ଲାଭବାନ ହୋଇପାରୁ ନଥିବାରୁ ସରକାରୀ ଚାକିରୀ କରିବାକୁ ଅନାଗ୍ରହ ପ୍ରକାଶ କରୁଥିବା ଓମସା କହିଛି । ଆଡହକ ଡାକ୍ତରଙ୍କୁ ସ୍ଥାୟୀ ନିଯୁକ୍ତି ଦାବି ସହ ଡାକ୍ତରଙ୍କ ଅବସର ବୟସସୀମା ବୃଦ୍ଧି କରାନଯାଉ । ଏସବୁ ଦାବି ପୂରଣ ନହେଲେ ଆସନ୍ତା ଫେବ୍ରୁଆରୀ ୧ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବାକୁ ଓମସା ନିଷ୍ପତ୍ତି ନେଇଥିବା ସୂଚନା ଦେଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.