Below header

ମହାସାଗରରେ ଚୀନକୁ ଦିଆଯିବ ଚେକ୍‌: ଭାରତୀୟ ନୌସେନାକୁ ମିଳିବ ବିଧ୍ୱଂସକାରୀ ଯୁଦ୍ଧ ଜାହାଜ ‘ମୋରମୁଗାଓ’

କେନ୍ୟୁଜ୍(ବ୍ୟୁରୋ): ଚୀନ୍‌ ପାଇଁ କାଳ। ସମୁଦ୍ରରେ ରାଜ୍‌ କରିବ ‘ମୋରମୁଗାଓ’ । ହିନ୍ଦ୍‌ ମହାସାଗରରେ ଚୀନ୍‌ର ଟକ୍କର ଦେବାକୁ ଆସୁଛି ଭାରତୀୟ ନୌସେନାର ନୂଆ ଯୁଦ୍ଧ ଜାହାଜ । ଆଜି ନୌସେନାରେ ସାମିଲ ହେବ ଗାଇଡେଡ୍‌ ମିସାଇଲ ଡେଷ୍ଟ୍ରୟର ‘ମୋରମୁଗାଓ’ । ମୁମ୍ବାଇ ନାଭାଲ ଡକ୍‌ୟାର୍ଡରେ ନୌସେନାରେ ସାମିଲ ହେବ । ଉତ୍ସବରେ ଯୋଗ ଦେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ଏହି ଯୁଦ୍ଧ ଜାହାଜ ।

ସମସ୍ତ ପ୍ରକାର ଆଣିବିକ, ଜୈବିକ ଓ ରାସାୟନିକ ଯୁଦ୍ଧ କ୍ଷେତ୍ରରେ ବ୍ୟବହାର ହୋଇପାରିବ ମୋରମୁଗାଓ। ଜାହାଜରେ ଅସ୍ତ୍ରଶସ୍ତ୍ର ଓ ସେନସର ଖଞ୍ଜା ଯାଇଛି । ରହିଛି ମିସାଇଲ ସିଷ୍ଟମ୍‌ । ଆଣ୍ଟି-ଏୟାର ଓ ଆଣ୍ଟି-ସବମାରିନ୍‌ ଶକ୍ତି ଦିଆଯାଇଛି। P15 ବ୍ରେଭର କ୍ଲାସ୍‌ର ଜାହାଜ ହେଉଛି ମୋରମୁଗାଓ । ଯେ କୌଣସି ଅପରେସନ୍‌ ପାଇଁ ଜାହାଜ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି । ୨୦୨୧ ଡିସେମ୍ବର ୧୯ରେ ‘ମୋରମୁଗାଓ’ ନିଜର ପ୍ରଥମ ପରୀକ୍ଷାମୂଳକ ପ୍ରୟୋଗ କରିଥିଲା। ଏହାର ଲମ୍ବ ୧୬୩ ମିଟର, ଓସାର ୧୭ ମିଟର ଓ ଓଜନ ୭ ହଜାର ୪୦୦ ଟନ୍‌। ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.