Below header

ପୁଅର ଅପିଲ ପରେ 9 ମିନିଟ ହାତରେ ଦୀପ ଧରି ବସିଲେ ପ୍ରଧାନମନ୍ତ୍ରୀଙ୍କ ମାଆ ହୀରାବେନ, ସୋସିଆଲ ମିଡିଆରେ ଭିଡ଼ିଓ ଭାଇରଲ

କରୋନା ସଂକଟରୁ ମୁକୁଳିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଏକଜୁଟ ହେବାକୁ ଆହ୍ୱାନ କରିଥିଲେ। ଏହାକୁ ସମର୍ଥନ ଜଣାଇ ରବିବାର ରାତି 9ଟାରେ ତାଙ୍କ ମାଆ ହୀରାବେନ ଗୁଜରାଟସ୍ଥିତ ବାସଭବନରେ ହାତରେ ଦୀପ ଜଳାଇ ବସିଥିଲେ। ମାତ୍ର କିଛି ସମୟ ଭିତରେ ଭାଇରଲ ହୋଇଥିବା ଏହି ଭିଡ଼ିଓରେ ମୋଦିଙ୍କ ମାଆ ଏକ ଚୌକିରେ ବସି ବତୀ ବୁଜିଯିବା ପରେ ବି 9 ମିନିଟ ଯାଏ ହାତରେ ଦୀପ ଥାଳି ଧରିଥିବା ଦେଖିବାକୁ ମିଳିଥିଲା। ସେ ନିଜ ଘର ବାରଣ୍ଡାରେ ଚେୟାର ପକାଇ ବସିଥିବା ଦେଖାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.