Below header

ବର୍ଷେ ଯାଏଁ ୩୦ ପ୍ରତିଶତ କମ ଦରମା ନେବେ ପ୍ରଧାନ ମନ୍ତ୍ରୀ, ମନ୍ତ୍ରୀ ଓ ସାଂସଦ

କରୋନା ସଙ୍କଟକୁ ନେଇ ଆଜି ଏକ ବଡ ନେଇଛନ୍ତି କେନ୍ଦ୍ର ସରକାର । ଦେଶର ବରିଷ୍ଠ ଲୋକ ପ୍ରତିନିଧିଙ୍କ ବେତନ ହ୍ରାସ ପ୍ରସ୍ତାବକୁ ଆଜି କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି । ଦରମା, ଭତ୍ତା, ପେନସନ ସଂଶୋଧନ ନେଇ ସଂସଦ ନିୟମ-୧୯୫୪ ଅଦ୍ଧାଦେଶରେ ମୋହର ମାରିଛି କେନ୍ଦ୍ର କ୍ୟାବିନେଟ । ନୂଆ ନିୟମ ଅନୁଯାୟୀ ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ୩୦ ପ୍ରତିଶତ ଦରମା ପାଇବେ ଦେଶର ସମସ୍ତ ସାଂସଦ । ଏହା ସହ ଦୁଇ ବର୍ଷ ଯାଏଁ ସାଂସଦ ପାଣ୍ଠିକୁ ସ୍ଥଗିତ ରଖାଯାଇଛି । ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ମଧ୍ୟ ପାଇବେ କମ ଦରମା ।

ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ରାଜ୍ୟପାଳ ମାନେ ସ୍ୱେଚ୍ଛାକୃତ ଭାବେ ନିଜ ନିଜ ବେତନ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ସମସ୍ତ ଅର୍ଥ ଏକୀକୃତ ପାଣ୍ଠିକୁ ଯିବ । ଏହାକୁ ପରବର୍ତ୍ତୀ ସମୟରେ କରୋନା ମୁକାବିଲାରେ ଖର୍ଚ୍ଚ କରାଯିବ ବୋଲି ନିଷ୍ପତ୍ତି ହୋଇଛି । କ୍ୟାବିନେଟ ବୈଠକ ପରେ ଏହି ସୂଚନା ଗଣମାଧ୍ୟମକୁ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.