୧୬ନଂ ଜାତୀୟ ରାଜପଥ ବ୍ରାହ୍ମଣୀ ବ୍ରିଜ୍ ନିକଟରେ ପୋଲିସ ଭ୍ୟାନ ସହ ଟ୍ରକ୍ ମୁହାଁମୁହିଁ ଧକ୍କା,୫ପୋଲିସ କର୍ମଚାରୀଙ୍କ ସମେତ ଡ୍ରାଇଭର ଓ ହେଲପର ଗୁରୁତର

ଯାଜପୁର (କେନ୍ୟୁଜ୍‌) ଗୋଟିଏ ପଟେ ଲକ ଡାଉନକୁ ସଫଳ କରିବା ପାଇଁ ପୋଲିସ କର୍ମଚାରୀମାନେ ଦିନ ରାତି ଏକ କରିଥିବା ବେଳେ ଏହି ସମୟରେ ଏକ ଦୁଃଖଦ ଘଟଣା ଘଟିଛି । ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ବ୍ରାହ୍ମଣୀ ବ୍ରିଜ୍ ନିକଟରେ ଏକ ପୋଲିସ ଭ୍ୟାନ ସହ ଟ୍ରକର ମୁହାଁମୁହିଁ ଧକ୍କା । ଫଳରେ ଏଥିରେ ଥିବା ୫ଜଣ ପୋଲିସ କର୍ମଚାରୀ ଓ ଉଭୟ ଗାଡିର ଡ୍ରାଇଭର ଓ ହେଲପର ଗୁରୁତର ଭାବେ ଆହତ ହୋଇଛନ୍ତି । ସୂଚନା ମୁତାବକ, କଟକ ଚୈାଦ୍ୱାର ରୁ କଏଦୀକୁ ନେଇ ଏହି ପୋଲିସ ଭ୍ୟାନ ବାଲେଶ୍ୱର ଅଭିମୁଖେ ଯାଉଥିଲା । ଜିଲ୍ଲାରେ ସଟ ଡାଉନ ଜାରି ହୋଇଥିବା ବେଳେ ରାସ୍ତା ଖାଲି ଥିବା ସତ୍ୱେ ବିପରିତ ଦିଗରୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ପୋଲିସ
ଭ୍ୟାନରେ ଜଣେ ମହିଳା ପୋଲିସ କର୍ମଚାରୀଙ୍କ ସମେତ ୫ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।

police vanଉଭୟ ଗାଡିର ଡ୍ରାଇଭର ଓ ଟ୍ରକ ହେଲପର ମଧ୍ୟ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଧର୍ମଶାଳା ପୋଲିସ ଆହତମାନଙ୍କୁ ଉଦ୍ଧାର କରି ଧର୍ମଶାଳା ଡାକ୍ତରଖାନାରେ ଭର୍ତି କରିଥିଲା । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯିବା ପରେ ଅବସ୍ଥା ଗୁରୁତର ଥିବାରୁ ୩ଟି ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ରାସ୍ତା ଖାଲି ଥିବା ବେଳେ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା କାରଣ ସ୍ପଷ୍ଟ ଜଣାପଡିନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.