କରୋନା ପଜେଟିଭ ଅନ୍ୟ ଉପରକୁ ଛେପ ପକାଇଲେ ରୁଜୁ ହେବ ୩୦୨ ଦଫାରେ ହତ୍ୟା ପରି ଅପରାଧୀକ ମାମଲା

କରୋନା ମାମଲା ଦିନକୁ ଦିନ ଦେଶରେ ବୃଦ୍ଧି ପାଇଥିବା ବେଳେ କିଛି କରୋନା ରୋଗୀଙ୍କ ବ୍ୟବହାର ଏବେ ସମସ୍ତଙ୍କର ମୁଣ୍ଡ ବ୍ୟଥାର କାରଣ ହୋଇଛି । ବିଶେଷକରି ଏହି ମୁଣ୍ଡ ବ୍ୟଥାର କାରଣ ସାଜିଛନ୍ତି ତବଲିଗ୍‌ରୁ ଆସିଥିବା ଲୋକେ । ଅଧିକାଂସ ସ୍ଥାନରେ କରୋନା ରୋଗୀ ଡାକ୍ତର ଓ ମେଡିକାଲ କର୍ମୀଙ୍କ ଉପରକୁ ଛେପ ପକାଉଥିବା ଦେଖିବାକୁ ମିଳୁଛି ।

ଏହାକୁ ଦୃଷ୍ଟିରେ ରଖି ସରାକାର ଦୃଢ଼ ପଦକ୍ଷେପ ନେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛି । ଫଳରେ କେହି କରୋନା ରୋଗୀ ଯଦି ପୁଲିସ୍‌ , ଡାକ୍ତର ନର୍ସ କିମ୍ବା କାହା ଉପରକୁ ଛେପ ପକାନ୍ତି ତେବେ ତାଙ୍କ ନାମରେ ୩୦୭ ଦଫାରେ ବା ହତ୍ୟା କରିବାକୁ ଚେଷ୍ଟା କରିବା ଭଳି ମାମଲା ରୁଜୁ ହେବ ।

ଏବଂ ଯଦି ଉକ୍ତ ବ୍ୟକ୍ତିଙ୍କ ଛେପ ପକାଇବା ଦ୍ୱାରା କାହାର ମୃତ୍ୟୁ ହୁଏ ତେବେ ତାଙ୍କ ବିରୋଧରେ ୩୦୨ ଦଫାରେ ବା ହତ୍ୟା ମାମଲା ରୁଜୁ ହେବ ବୋଲି ହିମାଚଳ ପ୍ରଦେଶ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ କରିଛନ୍ତି । ଏହାଛଡା ଯଦି କେହି ବ୍ୟକ୍ତି ତବଲିଗ୍‌ରୁ ଆସି ନିଜର ସୂଚନା ଲୁଚାଇ ଥାନ୍ତି କିମ୍ବା ତବ୍‌ଲିଗ୍‌ରୁ ଆସିଥିବା ବ୍ୟକ୍ତିଙ୍କୁ ଲୁଚାଇବାରେ ସହାୟତା କରିଥାନ୍ତି ତେବେ ତାଙ୍କ ବିରୋଧରେ ମଧ୍ୟ ୩୦୭ ଦଫାରେ ବା ହତ୍ୟା କରିବାକୁ ଚେଷ୍ଟା କରୁଥିବା ମାମଲା ରୁଜୁ ହେବ ବୋଲି ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି ।

ଏହି ଚେତାବନୀ ଦିଆଯିବା ପରେ ଜମାତରୁ ଫେରିଥିବା ୧୨ ଜଣ ବ୍ୟକ୍ତି ନିଜେ ଆସି ସେଠାରେ ସରକାରଙ୍କୁ ସେମାନଙ୍କର ସୂଚନା ଦେଇଛନ୍ତି । ପ୍ରକାଶଯୋଗ୍ୟ ଯେ ଗତକାଲି ପୋଲିସ ମହାନିର୍ଦ୍ଦେଶକ ଚେତାବନୀ ଦେଇଥିଲେ ଯଦି ଜମାତରୁ ଫେରିଥିବା ବ୍ୟକ୍ତି ସଂଧ୍ୟା ୫ଟା ସୁଦ୍ଧା ସେମାନଙ୍କର ସୂଚନା ନ ଦିଅନ୍ତି ତେବେ ସେମାନଙ୍କ ନାମରେ ୩୦୭ ଏବଂ ୩୦୨ ଦଫାରେ ମାମଲା ରୁଜୁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.