Below header

ବାପାଙ୍କ ହାତ କାଟିବା ଖବର ମା’ ନ ଜାଣୁ, ସେଥିପାଇଁ ପୁଅ ବନ୍ଦ କରିଦେଇଥିଲା ଟିଭି

କରୋନା ଭାଇରସ ଯୋଗୁ ଲକ ଡାଉନ ଚାଲିଛି । ଏହି ଲକ ଡାଉନ ପୋଲିସ କର୍ମଚାରୀଙ୍କ ଦାୟିତ୍ୱ ବଢାଇଦେଇଛି । ଏପରିସ୍ଥଳେ ଯିଏ ଲକ ଡାଉନ ମାନୁନାହାନ୍ତି ପୋଲିସ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଗତକାଲି ପଞ୍ଜାବର ପଟିଆଲା ଏପରି ଏକ ଘଟଣା ଘଟିଥିଲା । ଏହି ଘଟଣାରେ ଜଣେ ପୋଲିସ ASI ଙ୍କ ହାତ ନିହାଙ୍ଗ ଶିଖ କାଟିଦେଇଥିଲେ । ଏହି ଘଟଣା ଟିଭିରେ ପ୍ରସାରିତ ହେବ ପରେ ଆସି ହରଜିତ ସିଂ ଙ୍କ ପୁଅ ଟିଭି ବନ୍ଦ କରିଦେଇଥିଲେ। ହରଜିତଙ୍କ ପତ୍ନୀ ଏହା ଟିଭିରେ ଦେଖି ଅଧର୍ଯ୍ୟ ନ ହୁଅନ୍ତୁ , ସେଥିପାଇଁ ଟିଭିକୁ ପୁଅ ବନ୍ଦ କରିଦେଇଥିଲେ । ଏହି ଖବର ଶୁଣିବା ପରେ ହୁଏତ ASI ଙ୍କ ପତ୍ନୀ ଜୀବନ ହାରିଥାନ୍ତେ, ତେଣୁ ତାଙ୍କୁ ଏ ଖବର ଜଣାଯାଇନଥିଲା ।

punjab

ସୂଚନାଯୋଗ୍ୟ , ଗତକାଲି ୬ଟାରେ ପରିବା ମାର୍କେଟରେ ପୋଲିସ ଅଧିକାରୀ ଜଣକ ନିହାଙ୍ଗ ଶିଖଙ୍କୁ କର୍ଫ୍ୟୁ ପାସ ମାଗିଥିବାରୁ ଆକ୍ରମଣକାରୀ ପୋଲିସକୁ ଧକ୍କା ମରିବା ସହ ପାଟିତୁଣ୍ଡ କରିଥିଲେ। ତା’ ପରେ ପୋଲିସ କଥା ନଶୁଣି ସେଠାରେ ରାସ୍ତା ଅବରୋଧ ପାଇଁ ରଖାଯାଇଥିବା ଜିନିଷକୁ ଧକ୍କା ମଧ୍ୟ ଦେଇଥିଲେ। ପୋଲିସ କହିବା ପରେ ସେମାନେ ଆକ୍ରମଣ କରି ଅନେକ ପୋଲିସ କର୍ମୀ ଆହତ ହୋଇଥିବା ବେଳେ ଜଣେ ଏଏସ୍‌ଆଇଙ୍କ ହାତ କାଟିଦେଇଥିଲେ । ପରେ ପୋଲିସ ASIଙ୍କୁ ଗୁରୁତର ଭାବେ ଚଣ୍ଡୀଗଡ଼ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କ ହାତକୁ ଅପରେସନ କରି ଯୋଡାଯାଇଥିଲା । ପରେ ପଟିଆଲା ଡିଜିପି ଆକ୍ରମଣକାରୀଙ୍କୁ ଗିରଫ କରିଥିବା ଖବର ମିଳିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.