ଗୁଗଲ CEO ସୁନ୍ଦର ପିଚାଇ କରୋନା ଯୁଦ୍ଧରେ ଭାରତକୁ ଦାନ କଲେ ଏତେ କୋଟି ଟଙ୍କା, ଏହି ଲୋକଙ୍କ ଉପରେ ଖର୍ଚ୍ଚ ହେବ

ଗୁଗଲ CEO ସୁନ୍ଦର ପିଚାଇ କରୋନା ଭାଇରସ ମହାମାରୀକୁ ମୁକାବିଲା କରିବା ପାଇଁ ‘ଗିଭ ଇଣ୍ଡିଆ’କୁ 5 କୋଟି ଟଙ୍କା ଦାନ କରିଛନ୍ତି। ଗିଭ ଇଣ୍ଡିଆ ଟୁଇଟ କରିଛି ଯେ ‘ସଙ୍କଟଗ୍ରସ୍ତ ଦିନ ମଜୁରିଆଙ୍କ ପରିବାରକୁ ଗୁଗଲ ତରଫରୁ 5 କୋଟି ଟଙ୍କା ଅନୁଦାନ ଦିଆଯାଇଛି। ଧନ୍ୟବାଦ ସୁନ୍ଦର ପିଚାଇ’।

ଏହାପୂର୍ବରୁ ଗୁଗଲ କୋଭିଡ-19 ମହାମାରୀରୁ ବର୍ତ୍ତିବା ପାଇଁ ଉଦ୍ୟମ ସ୍ବରୂପ 80 କୋଟି ଡଲାରରୁ ଅଧିକ ସହାୟତା ଦେବାକୁ ଘୋଷଣା କରିଥିଲା। ଏଥିରେ ଏନଜିଓ ଏବଂ ବ୍ୟାଙ୍କ ପାଇଁ 20 କୋଟି ଡଲାରର ନିବେଶ କୋଷ ସାମିଲ ଅଛି, ଯଦ୍ଦ୍ୱାରା କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ପୁଞ୍ଜି ଜୁଟାଇବାରେ ସାହାଯ୍ୟ କରାଯାଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.