Below header

ଲକଡାଉନରେ ବାହାରେ ବୁଲିବା ପାଇଁ ବନିଲେ ନକଲି ଆଇଏଏସ ଅଧିକାରୀ ହେଲେ ପୋଲିସ ଜାଣିବା ପରେ କଲା ଏମିତି କିଛି

ଉତ୍ତର-ପଶ୍ଚିମ ଦିଲ୍ଲୀର କେଶବ ପୁରମ ଅଂଚଳରେ ପୋଲିସ ପିକେଟ ଚେକିଂ କରିବା ସମୟରେ ଜଣେ ନକଲି ଆଇଏଏସ ଅଧିକାରୀଙ୍କୁ ଗିରଫ କରିଛନ୍ତି। ଲକଡାଉନ ସମୟରେ ମଧ୍ୟ ଏହି ବ୍ୟକ୍ତି ଜଣକ ରାସ୍ତାରେ ବୁଲୁଥିଲେ କିନ୍ତୁ ଯେତେବେଳେ ପୋଲିସ ନଜରରେ ଆସିଥିଲେ ସେତେବେଳେ ସବୁ ସତ ସାମ୍ନାକୁ ଆସିଥିଲା ।

ias

ରିପୋର୍ଟ ଅନୁଯାୟୀ, କାରରେ ଯାଉଥିବା ବ୍ୟକ୍ତି ଜଣକ ନିଜକୁ ୨୦୦୯ ବ୍ୟାଚର ଆଇଏଏସ ଅଧିକାରୀ ବୋଲି ପରିଚୟ ଦେଉଥିଲେ କିନ୍ତୁ ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମୀ ଯେତେବେଳେ ଅଭିଯୁକ୍ତକୁ ଆଇ କାର୍ଡ ମାଗିଥିଲେ ସେତେବେଳେ ସବୁ ରହସ୍ୟ ଜଣାପଡିଥିଲା। ସୂଚନା ମୁତାବକ ଅଭିଯୁକ୍ତ ଜଣକ ପରିଚୟ ୨୯ବର୍ଷୀୟ ଆଦିତ୍ୟ ଗୁପ୍ତାଙ୍କ ନାଁରେ ହୋଇଛି। ଅଭିଯୁକ୍ତ ଜଣକ ଗାଡ଼ିରେ ଦିଲ୍ଲୀ ପୋଲିସ ବ୍ୟତୀତ ଭାରତ ସରକାରଙ୍କର ମଧ୍ୟ ଷ୍ଟିକର ଲାଗିଥିଲା। କାରର ଆଗରେ ତ୍ରିରଙ୍ଗା ପତାକା ମଧ୍ୟ ଲାଗିଥିଲା। କାରରେ ଏହିସବୁ ଦେଖିବା ପରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀ ଡରି ଯାଇଥିଲେ ମଧ୍ୟ ପଛରେ ସାହାସ ଦେଖାଇ ଅଭିଯୁକ୍ତକୁ ଆଇ କାର୍ଡ ମାଗିଥିଲେ। ଆଇ କାର୍ଡ ମାଗିବା ପରେ ଅଭିଯୁକ୍ତ ଜଣକ ଖସି ଚାଲିଯିବା ପାଇଁ ଚେଷ୍ଟା କରିଥିଲେ। ସନ୍ଦେହ ହେବା ପରେ ପୋଲିସକର୍ମୀ ପଚାରିବା ପରେ ରହସ୍ୟ ଜଣାପଡିଥିଲା। ଶେଷରେ ଅଭିଯୁକ୍ତ ଜଣକ ନିଜ ନାଁ ଆଦିତ୍ୟ ଗୁପ୍ତା କହିଥିଲେ। ସେ ପରିବାର ସହ ସି-ବ୍ଲକ କେଶବ ପୁରମରେ ରହୁଛନ୍ତି। ତାଙ୍କ ପିତା ବିନୋଦ କୁମାର ଗୁପ୍ତା ଜଣେ କଣ୍ଟ୍ରାକ୍ଟର। ଆଦିତ୍ୟ ଗାଜିୟାବାଦର ଏକ ଘରୋଇ କମ୍ପାନୀରେ ଚାକିରୀ କରିବା ସହ ତାଙ୍କ ପତ୍ନୀ ମଧ୍ୟ ଏକ ଘରୋଇ କମ୍ପାନୀରେ ଚାକିରୀ କରୁଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.