Below header

ରୁଷର ଆକ୍ରୋଶକୁ ସମାପ୍ତ କରିବାକୁ ଆମେ ନିକଟତର ହେବୁ : ନାଟୋ ମୁଖ୍ୟ ଜେନ୍ସ ଷ୍ଟୋଲଟେନବର୍ଗ

ୟୁକ୍ରେନ୍ ଯେତେ ଶକ୍ତିଶାଳୀ ହେବ ରୁଷର ଆକ୍ରୋଶକୁ ସମାପ୍ତ କରିବାକୁ ଆମେ ନିକଟତର ହେବୁ । ଆଜି କିଭ୍ ଗସ୍ତ ବେଳେ ୟୁକ୍ରେନ ରାଷ୍ଟ୍ରପତି ଜେଲନିସ୍କଙ୍କୁ ଭେଟି ଏହା କହିଛନ୍ତି ନାଟୋ ମୁଖ୍ୟ ଜେନ୍ସ ଷ୍ଟୋଲଟେନବର୍ଗ ।

ୟୁକ୍ରେନ୍ ଯେତେ ଶକ୍ତିଶାଳୀ ହେବ ରୁଷର ଆକ୍ରୋଶକୁ ସମାପ୍ତ କରିବାକୁ ଆମେ ନିକଟତର ହେବୁ । ଆଜି କିଭ୍ ଗସ୍ତ ବେଳେ ୟୁକ୍ରେନ ରାଷ୍ଟ୍ରପତି ଜେଲନିସ୍କଙ୍କୁ ଭେଟି ଏହା କହିଛନ୍ତି ନାଟୋ ମୁଖ୍ୟ ଜେନ୍ସ ଷ୍ଟୋଲଟେନବର୍ଗ ।

ୟୁକ୍ରେନ ନିଜର ପରିବାର, ନିଜର ଭବିଷ୍ୟତ, ନିଜର ସ୍ବାଧୀନତା ପାଇଁ ଲଢୁଛି କିନ୍ତୁ ମସ୍କୋ ନିଜର ମିଛ ଆଧିପତ୍ୟ ପାଇଁ ଲଢୁଛି । ୟୁକ୍ରେନର ଜରୁରୀ ଆବଶ୍ୟକତା ଏବଂ ନାଟୋର ସମର୍ଥନରେ ପରବର୍ତ୍ତୀ ପଦକ୍ଷେପ ନେଇ ଷ୍ଟୋଲଟେନବର୍ଗ ଓ ଜେଲେନସ୍କିଙ୍କ ମଧ୍ୟରେ ଆଲୋଚନା ହୋଇଛି ।

ସଶକ୍ତ ହେବ ଯୁକ୍ରେନର ଏୟାର ଡିଫେନ୍ସ ସିଷ୍ଟମ । ଆକାଶ ମାର୍ଗରେ ରୁଷର ଆକ୍ରମଣକୁ ପ୍ରତିହତ କରିବ ୟୁକ୍ରେନ । ଶକ୍ତିଶାଳୀ ଓ ଶାଣିତ ହେବ ଯୁକ୍ରେନର ଏୟାରଡିଫେନ୍ସ । ଆକାଶମାର୍ଗରେ ରୁଷର ଆକ୍ରମଣକୁ ଦିନକୁ ଦିନ ଭୟଙ୍କର ହେଉଛି ।

ସ୍ଥଳ ପଥ ଅପେକ୍ଷା ଅତି ସହଜରେ ଆକାଶ ମାର୍ଗରେ ଟାର୍ଗେଟ କରୁଛି ରୁଷ । ଏବେ ତାକୁ ଚେକ ଦେବା ପାଇଁ ୟୁକ୍ରେନର ଏୟାର ଡିଫେନ୍ସ ସିଷ୍ଟମକୁ ସଶକ୍ତ କରିବା ନେଇ ନାଟୋ ମୁଖ୍ୟ ଓ ଜେଲନସ୍କିଙ୍କ ମଧ୍ୟରେ ଆଲୋଚନା ହୋଇଛି । ନାଟୋରେ ୟୁକ୍ରେନ ଶୀଘ୍ର ସାମିଲ ହେବା ନେଇ ଆମେ ସବୁ କିଛି କରୁଛୁ ବୋଲି ଜେଲେନସ୍କି ପ୍ରେସମିଟ୍ ରେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.