ଜାଲ ଜାତିଗତ ପ୍ରମାଣପତ୍ର ତିଆରି କରିବା ପଡ଼ିଲା ମହଙ୍ଗା, ୫ ଜଣଙ୍କୁ ଗିରଫ କଲା ଭଟଲି ପୋଲିସ

ବରଗଡ଼ର ଜାତିଗତ ପ୍ରମାଣ ପତ୍ର ନେଇ ଚାକିରୀ ପାଇଁ ଆବେଦନ ବେଳେ ଧରାପଡିଲେ। ଭଟଲି ଥାନାରେ ଜଣେ ଆର .ଆଇ ଓ ସରପଞ୍ଚ ଙ୍କ ସମେତ ମୋଟ ୫ ଜଣଙ୍କୁ ଗିରଫ କରିଥିବା ସୂଚନା ଦେଇଛି ପୋଲିସ।

କେନ୍ୟୁଜ୍(ବ୍ୟୁରୋ):  ଜାଲ ଜାତିଗତ ପ୍ରମାଣପତ୍ର ତିଆରି କରିବା ମହଙ୍ଗା ପଡ଼ିଲା । ୫ ଜଣଙ୍କୁ ଗିରଫ କରିଛି ଭଟଲି ପୋଲିସ । ଉତ୍ତର ପ୍ରଦେଶରୁ ଭଟଲିକୁ ଆସି ୩ ଯୁବକ ନକଲି ଜାତିଗତ ପ୍ରମାଣ ପତ୍ର ତିଆରି କରିଥିଲେ। ବରଗଡ଼ର ଜାତିଗତ ପ୍ରମାଣ ପତ୍ର ନେଇ ଚାକିରୀ ପାଇଁ ଆବେଦନ ବେଳେ ଧରାପଡିଲେ। ଭଟଲି ଥାନାରେ ଜଣେ ଆର .ଆଇ ଓ ସରପଞ୍ଚ ଙ୍କ ସମେତ ମୋଟ ୫ ଜଣଙ୍କୁ ଗିରଫ କରିଥିବା ସୂଚନା ଦେଇଛି ପୋଲିସ।

ଗିରଫ ହୋଇଥିବା ଉତ୍ତର ପ୍ରଦେଶର ୩ ଅଭିଯୁକ୍ତ ହେଲେ ବୀରପାଳ ସିଂ, ବବ୍ଲେସ କୁମାର ଓ ରବିକାନ୍ତ । ଭଟଲି ତହସିଲ ଅନ୍ତର୍ଗତ ସୁକୁଡା ଆରଆଇ ସନ୍ଦୀପ କୁମାର ଶତପଥୀ ଓ ଡ଼ୁମେଲପାଲିର ସରପଞ୍ଚ ମନୋରଞ୍ଜନ ଦୋରା ଗିରଫ ହୋଇଛନ୍ତି। ଏହି ଘଟଣାରେ ଆଉ କିଛି ବ୍ୟକ୍ତିଙ୍କ ସଂପୃକ୍ତି ଥିବା ସଂଦେହ କରାଯାଉଛି। ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.