ନୀତୀଶଙ୍କୁ ନେଇ ଚର୍ଚ୍ଚା ଜୋର, ବିଜେପି ଆଡକୁ ଢଳୁଛନ୍ତି କି ନୀତୀଶ ?

ବିଜେପି ଆଡକୁ ଢଳୁଛନ୍ତି କି ନୀତୀଶ? ଏ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ବିହାର ରାଜନୀତି ଏହି ପ୍ରସଙ୍ଗକୁ ନେଇ ସରଗରମ ହୋଇ ପଡିଥିବା ବେଳେ ଜେଡିୟୁ ଓ ବିଜେପି ମଧ୍ୟରେ ବାକ୍ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ନୀତିଶ ବିଜେପି ଆଡକୁ ଢଳୁଥିବା ଖବର ବିଜେପି ହିଁ ପ୍ରସାର କରୁଛି।

ଏପରି ଗୁଜବ ପ୍ରଚାର କରି ବିଜେପି ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଥିବା କହିଛନ୍ତି, ଜେଡିୟୁ ଜାତୀୟ ସଭାପତି ରାଜୀବ ରଞ୍ଜନ ସିଂହ। ସେପଟେ ନୀତୀଶଙ୍କ ପାଇଁ ବିଜେପିର ସମସ୍ତ କବାଟ ଝରକା ବନ୍ଦ ରହିଛି।

ତାଙ୍କର ରାଜନୈତିକ ବିଶ୍ୱସନୀୟତା ନଥିବା କହିଛନ୍ତି, କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ଗିରିରାଜ ସିଂହ। ସେହିପରି ଜେଡିୟୁକୁ କିଏ ଡାକୁଛି ବୋଲି ଓଲଟା ପ୍ରଶ୍ନ କରିଛନ୍ତି ବିହାର ବିଜେପି ସଭାପତି ସମ୍ରାଟ ଚୌଧୁରୀ। ନୀତିଶ କୁମାର ବିଜେପି ସହାୟତାରେ ହିଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ନୀତୀଶ ବିଜେପି ପାଇଁ କିଛି କରିନାହାନ୍ତି ବୋଲି ସେ କହିଛନ୍ତି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.