Below header

ଖଣ୍ଡପଡ଼ାରେ ନୂଆ ଚେହେରା ପାଇଁ ଦାବି: ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଫେରାଦ ହେଲେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ବାସିନ୍ଦା

ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତରେ ଏହାକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଭୁବନେଶ୍ବର(କେନ୍ୟୁଜ୍): ଖଣ୍ଡପଡ଼ାରେ ନୂଆ ଚେହେରା ପାଇଁ ଦାବି। ଏଥର ଖଣ୍ଡପଡାର ବିକାଶ ପାଇଁ ନୂଆ ଚେହେରା ଅଣାଯାଉ। ଆଜି ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଫେରାଦ ହୋଇଛନ୍ତି ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ବାସିନ୍ଦା। ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତରେ ଏହାକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଖଣ୍ଡପଡ଼ା ବ୍ଲକ, ଖଣ୍ଡପଡ଼ା ଏନଏସି ଏବଂ ଭାପୁର ବ୍ଲକର ୫୦୦ରୁ ଅଧିକ ଲୋକ ପହଞ୍ଚି ନିଜର ଦାବି ରଖିଥିଲେ । ଖଣ୍ଡପଡ଼ାରୁ ନୂଆ ପ୍ରାର୍ଥୀ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ଜଣାଇଛନ୍ତି ଖଣ୍ଡପଡ଼ା ବାସିନ୍ଦା। ସେହିପରି ବିଜେଡିର ପଦଯାତ୍ରା କାର୍ଯ୍ୟକ୍ରମ ଖଣ୍ଡପଡାରେ କିଭଳି ଆୟୋଜିତ ହେବ ସେନେଇ ବୈଠକରେ ଆଲୋଚନା ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.