Below header

ଭିକାରୀ ଓ ପକେଟମାର ଚାଲାଣ କରି ପୁଣି ଥରେ ଚର୍ଚ୍ଚାରେ ପାକିସ୍ତାନ, ଇରାକ ଜେଲରେ ୯୦ ପ୍ରତିଶତ ଅଟକ

ସୀମାପାର ଆତଙ୍କବାଦ ଓ ଗଧ ରପ୍ତାନୀ କରି ଚର୍ଚ୍ଚାରେ ଥିବା ପାକିସ୍ତାନ, ଏବେ ଭିକାରୀ ଓ ପକେଟମାର ଚାଲାଣ କରି ପୁଣି ଥରେ ଚର୍ଚ୍ଚାରେ। ପଶ୍ଚିମ ଏସୀୟ ଦେଶଗୁଡିକରେ ପାକିସ୍ତାନୀ ଭିକାରୀଙ୍କ ସଂଖ୍ୟା ବଢି ଚାଲିଛି। ସାଉଦୀ ଆରବ ଓ ଇରାକ ଜେଲରେ ଅଟକ ୯୦ ପ୍ରତିଶତ ଭିକାରୀ ପାକିସ୍ତାନର ନାଗରିକ ବୋଲି ଜଣାପଡିଛି।

ଫଳରେ ସେଠାକାର ସରକାର ଭିକାରୀଙ୍କ ଆସିବା ଉପରେ ରୋକ ଲଗାଇବାକୁ ପାକିସ୍ତାନ ସରକାରଙ୍କୁ ଅନୁରୋଧ କରିଛନ୍ତି। କେବଳ ସେତିକି ନୁହେଁ ମକ୍କାର ଗ୍ରାଣ୍ଡ ମସଜିଦ ନିକଟରୁ ଗିରଫ ଅଧିକାଂଶ ପକେଟମାର ପାକିସ୍ତାନୀ।

ପାକିସ୍ତାନୀମାନେ ତୀର୍ଥଯାତ୍ରା ପାଇଁ ଉମରାହ ଭିସାରେ ସାଉଦୀ ଆରବ ଓ ଇରାକରେ ପ୍ରବେଶ କରି ସେଠାରେ ଭିକ୍ଷା ବୃତ୍ତି କରୁଥିବା ଅଭିଯୋଗ କରିଛନ୍ତି ଇରାକ ଓ ସାଉଦୀ ଆରବର ରାଷ୍ଟ୍ରଦୂତ। ଏପରି ଅଭିଯୋଗ ପାକିସ୍ତାନର ଛବିକୁ ଅନ୍ତର୍ଜାତୀୟ ସ୍ତରରେ ମଳିନ କରୁଥିବା କହିଛି, ଷ୍ଟାଣ୍ଡିଂ କମିଟି ଅଫ୍ ଓଭରସିଜ ପାକିସ୍ତାନୀ।

ଗତ ଆର୍ଥିକ ବର୍ଷରେ ପାକିସ୍ତାନରେ ଦାରିଦ୍ର୍ୟ ୩୯.୪ ପ୍ରତିଶତକୁ ବୃଦ୍ଧି ପାଇଥିବା ବିଶ୍ୱବ୍ୟାଙ୍କ ରିପୋର୍ଟରୁ ଜଣାପଡିଛି।  ୨୦୨୪ରେ ପାକିସ୍ତାନରେ ନିର୍ବାଚନ ହେବ। ତେଣୁ ଆଗାମୀ ସରକାରଙ୍କୁ ଦେଶର ଅର୍ଥନୀତି ସୁଧାରିବା ପାଇଁ କଠୋର ନିଷ୍ପତ୍ତି ନେବାକୁ ଏବେଠାରୁ ପ୍ରସ୍ତୁତ ହେବାକୁ ପରାମର୍ଶ ଦେଇଛି ବିଶ୍ୱବ୍ୟାଙ୍କ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.