ତାଳଚେର: ନିଲାମ ହେଲା ଓଡ଼ିଶାର ସବୁଠୁ ବଡ଼ ଲଡ଼ୁ

ତାଳଚେର ଗଣେଶ ପୂଜାର ୩୧ କ୍ବିଣ୍ଟାଲ ଓଜନର ଆଜ୍ଞା ଲଡୁ ନିଲାମ ହୋଇଛି । ୨୨ ଲକ୍ଷ ୨୨ ହଜାର ୨୨୨ ଟଙ୍କାରେ ଲଡୁ ନିଲାମ ହୋଇଛି । ଯାହା ଚଳିତ ବର୍ଷ ଏହି ଆଜ୍ଞା ଲଡୁ ରେକର୍ଡ ଭାଙ୍ଗିଛି ।

ତାଳଚେର(କେନ୍ୟୁଜ୍): ନିଲାମ ହେଲା ଓଡ଼ିଶାର ସବୁଠୁ ବଡ଼ ଲଡ଼ୁ । ତାଳଚେର ଗଣେଶ ପୂଜାର ୩୧ କ୍ବିଣ୍ଟାଲ ଓଜନର ଆଜ୍ଞା ଲଡୁ ନିଲାମ ହୋଇଛି । ୨୨ ଲକ୍ଷ ୨୨ ହଜାର ୨୨୨ ଟଙ୍କାରେ ଲଡୁ ନିଲାମ ହୋଇଛି । ଯାହା ଚଳିତ ବର୍ଷ ଏହି ଆଜ୍ଞା ଲଡୁ ରେକର୍ଡ ଭାଙ୍ଗିଛି । ଆଜି ତାଳଚେର ଗଣେଶ ପୂଜାର ଶେଷ ଦିନରେ ଏହି ଲଡୁ ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏକ ଟ୍ରକରେ ବିଶାଳକାୟ ଲଡୁକୁ ନିଲାମ ସ୍ଥଳକୁ ଅଣାଯାଇଥିଲା । ପରେ ପରେ ପ୍ରଶାସନ , ତାଳଚେର ବିଧାୟକ ଓ ପୂଜା କମିଟି କର୍ମକର୍ତ୍ତାଙ୍କ ଗହଣରେ ନିଲାମ ଡକାଯାଇଥିଲା । ଶେଷରେ ତାଳଚେରର ଲାଲ ବାଗ ରାଜା ଅନୁଷ୍ଠାନ ନିଲାମ ପ୍ରକ୍ରିୟାର ବିଜେତା ହୋଇଥିଲା ।

୮ ଲକ୍ଷ ୭୦ ହଜାର ଟଙ୍କାରୁ ନିଲାମ ଡାକ ଆରମ୍ଭ ହୋଇ ୨୨ ଲକ୍ଷ ୨୨ ହଜାର ୨୨୨ ଟଙ୍କାରେ ଲାଲବାଗ ରାଜା ଅନୁଷ୍ଠାନ ନିଲାମ ଧରିଛି । ଚଳିତ ବର୍ଷ ତାଳଚେରର ଏହି ଆଜ୍ଞାଲଡୁ ୱାର୍ଲଡ ରେକର୍ଡ କରିଛି । ପୂର୍ବରୁ ମୁମ୍ବାଇରେ ୨୨ କୁଇଣ୍ଟାଲ ରେକର୍ଡ ଥିବା ବେଳେ ତାଳଚେରରେ ଚଳିତ ବର୍ଷ ୩୧ କୁଇଣ୍ଟାଲ ଓଜନର ରହିଛି । ଆସନ୍ତାକାଲି ଅନୁଷ୍ଠିତ ହେବ ଭସାଣି ଉତ୍ସବ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.