ଦବୁଛି ଆମେରିକାର ନ୍ୟୁୟର୍କ ସହର, ନାସା ଅଧ୍ୟୟନରୁ ପଡିଲା ଜଣା

ନିଶ୍ଚିହ୍ନ ହୋଇଯିବ କି ନ୍ୟୁ ୟର୍କ ? ଦବୁଛି ଆମେରିକାର ନ୍ୟୁୟର୍କ ସହର । ନାସା ଅଧ୍ୟୟନରୁ ଏହା ଜଣାପଡ଼ିଛି।

ନିଶ୍ଚିହ୍ନ ହୋଇଯିବ କି ନ୍ୟୁ ୟର୍କ ? ଦବୁଛି ଆମେରିକାର ନ୍ୟୁୟର୍କ ସହର । ନାସା ଅଧ୍ୟୟନରୁ ଏହା ଜଣାପଡ଼ିଛି। ରିମୋଟ ସେନସିଙ୍ଗ ଟେକନିକ ବ୍ୟବହାର କରି ହୋଇଥିବା ଅଧ୍ୟୟନରୁ ଜଣାପଡ଼ିଛି ନ୍ୟୁୟର୍କ ସହର ଦବିବାରେ ଲାଗିଛି। ନାସାର ଜେଟ ପ୍ରପଲସନ ଲାବୋରଟୋରୀ ଓ ରଟଗର୍ସ ୟୁନିଭର୍ସିଟି ମିଳିତ ଭାବେ ଅଧ୍ୟୟନ କରିଛନ୍ତି।

ସହରର କିଛି ସ୍ଥାନ ଦବୁ ଥିବା ବେଳେ କିଛି ସ୍ଥାନ ଉପରକୁ ମଧ୍ୟ ଉଠୁଛି। ଅଧ୍ୟୟନରୁ ଜଣାପଡ଼ିଛି ବର୍ଷକୁ ୧.୬ ମିଲିମିଟର ଦବୁଛି ନ୍ୟୁୟର୍କ ସହର । ଇଷ୍ଟ ୱିଲିୟମସବର୍ଗ, ବ୍ରୋକଲିନ, ଉଡସାଇଡ ଓ କ୍ବିନ୍ସରେ ୧.୬ ମିଲିମିଟର ଉପରକୁ ଉଠୁଛି। ତେବେ ଏହାକୁ ମାନବକୃତ ବୋଲି କୁହାଯାଉଛି। ଭୂତଳ ଜଳ ନିଷ୍କାସନ ଓ ଇଂଜେକ୍ସନ ୱେଲ ଯୋଗୁ ଏହା ଘଟୁଥିବା ଅଧ୍ୟୟନରୁ ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.