ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା

୨୦୨୦ ଜାନୁଆରୀ ମାସରେ ଭସ୍ମା ଥାନା ଅନ୍ତର୍ଗତ ଡ଼ୁମେରକୁଦ ଗ୍ରାମରେ ଘରେ କେହି ନଥିବା ସମୟରେ ଏକ ୭ ବର୍ଷ କୁନି ଝିଅକୁ ସେହି ଗ୍ରାମର ଟେଲସଫର ଟପ୍ନୋ ନାମକ ୩୯ ବର୍ଷୀଅ ଯୁବକ ଦୁଷ୍କର୍ମ କରିଥିଲା। 

ସୁନ୍ଦରଗଡ଼(କେନ୍ୟୁଜ୍): ଏକ ଲୋମହର୍ଷଣକାରୀ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ଆଜି ପୋସ୍କୋ କୋର୍ଟ ଅତିରିକ୍ତ ଜିଲ୍ଲା ଜର୍ଜ ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜରିମାନା କରାଯାଇଛି।  ସୂଚନାଯୋଗ୍ୟ ଯେ ୨୦୨୦ ଜାନୁଆରୀ ମାସରେ ଭସ୍ମା ଥାନା ଅନ୍ତର୍ଗତ ଡ଼ୁମେରକୁଦ ଗ୍ରାମରେ ଘରେ କେହି ନଥିବା ସମୟରେ ଏକ ୭ ବର୍ଷ କୁନି ଝିଅକୁ ସେହି ଗ୍ରାମର ଟେଲସଫର ଟପ୍ନୋ ନାମକ ୩୯ ବର୍ଷୀଅ ଯୁବକ ଦୁଷ୍କର୍ମ କରିଥିଲା।

ପରେ ଘରଲୋକ ଜାଣିବା ପରେ ଏ ନେଇ ଭସ୍ମା ଥାନାରେ ଦୁଇ ଦିନ ପରେ ମାମଲା ରୁଜ୍ଜୁ କରିଥିଲେ।ଘଟଣାର ଶୁଣାଣି ପୋସ୍କୋ କୋର୍ଟ ଅତିରିକ୍ତ ଜିଲ୍ଲା ଜର୍ଜ ମହେନ୍ଦ୍ର କୁମାର ସୂତ୍ରଧର ଅଭିଯୁକ୍ତ ଟେଲସଫରକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ 25 ହଜାର ଟଙ୍କା ଜୋରିମାନା କରିଛନ୍ତି, ସରକାରଙ୍କ ତରଫରୁ ମାମଲା ପରିଚାଳନା କରୁଥିଲେ ଆଇନଜୀବି ଦେବାଶିଷ ମିଶ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.