ଚୀନ ବୈଜ୍ଞାନିକଙ୍କ ଦାବି, ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚି ନାହିଁ ଭାରତର ଚାନ୍ଦ୍ରାୟଣ-୩, ଚୀନକୁ ଅନ୍ୟ ବୈଜ୍ଞାନିକଙ୍କ ସମାଲୋଚନା

ଚନ୍ଦ୍ରର ସାଉଥ ପୋଲ ବା ଦକ୍ଷିଣ ମେରୁକୁ ସଫଳତାର ସହ ଚାନ୍ଦ୍ରାୟଣ- ୩ ପଠାଇ ଏକ ଇତିହାସ ସୃଷ୍ଟି କରିଥିବା ବେଳେ ଏହାକୁ ଚୀନ ବୈଜ୍ଞାନିକମାନେ ଗ୍ରହଣ କରିନାହାଁନ୍ତି । ଫଳରେ ଚୀନର ଜଣେ ବରିଷ୍ଠ ବୈଜ୍ଞାନିକ ଭାରତର ଏହି ଦାବିକୁ ଅସ୍ୱୀକାର କରିଛନ୍ତି ।

ନୂଆଦିଲ୍ଲୀ : ଚନ୍ଦ୍ରର ସାଉଥ ପୋଲ ବା ଦକ୍ଷିଣ ମେରୁକୁ ସଫଳତାର ସହ ଚାନ୍ଦ୍ରାୟଣ- ୩ ପଠାଇ ଏକ ଇତିହାସ ସୃଷ୍ଟି କରିଥିବା ବେଳେ ଏହାକୁ ଚୀନ ବୈଜ୍ଞାନିକମାନେ ଗ୍ରହଣ କରିନାହାଁନ୍ତି । ଫଳରେ ଚୀନର ଜଣେ ବରିଷ୍ଠ ବୈଜ୍ଞାନିକ ଭାରତର ଏହି ଦାବିକୁ ଅସ୍ୱୀକାର କରିଛନ୍ତି ।

ସେ ଯୁକ୍ତି କରିଛନ୍ତି ଯେ ଚନ୍ଦ୍ରର ଦକ୍ଷିଣ ମେରୁ ବା ସାଉଥ ପୋଲ ୬୬.୫ ରୁ ୯୦ ଡିଗ୍ରୀ ମଧ୍ୟରେ ଅବସ୍ଥିତ । ଯେହେତୁ ଏହା ଏକ ଘୁର୍ଣ୍ଣୟମାନ ଅକ୍ଷ ଓ ଏହା ସୂର୍ଯ୍ୟଙ୍କ ଆଡକୁ ୨୩.୫ ଡିଗ୍ରୀ ଗଡାଣିଆ । ମେରୁ ବହୁତ ଛୋଟ ସ୍ଥାନ ହୋଇଥିବାରୁ ଏଠାରେ ଲ୍ୟାଣ୍ଡିଂ ସହଜ ନୁହେଁ ବୋଲି ଉକ୍ତ ଚୀନ ବୈଜ୍ଞାନିକ ଉୟାଙ୍ଗ ଦାବି କରିଛନ୍ତି ।

ସାରା ବିଶ୍ୱ ଭାରତର ମୁନ ମିଶନକୁ ସ୍ୱାଗତ କରିଥିବା ବେଳେ ଚୀନର ଏପରି ଯୁକ୍ତିକୁ କିଛି ବୈଜ୍ଞାନିକମାନେ ମଧ୍ୟ ସମାଲୋଚନା କରିଛନ୍ତି । ଭାରତର ସଫଳ ମୁନ ମିଶନକୁ ନାସା (NASA) ଏବଂ ୟୁରୋପୀୟ ସ୍ପେସ ଏଜେନ୍ସୀ ପ୍ରଶଂସା କରିଛନ୍ତି ।

ଚନ୍ଦ୍ର ପୃଷ୍ଟରେ ଇସ୍ରୋର ସପ୍ଟ ଲାଣ୍ଡିଂକୁ ଅନ୍ୟ ଦେଶର ବୈଜ୍ଞାନିକମାନେ ପ୍ରଶଂସା କରିଥିବା ବେଳେ ଚୀନର ଏପରି ଉଦ୍ଭଟ ଯୁକ୍ତିକୁ ସମାଲୋଚନା କରାଯାଇଛି । ହଂକଙ୍ଗ ବିଶ୍ୱବିଦ୍ୟାଳୟର ଜଣେ ବୈଜ୍ଞାନିକ ଚୀନ ବୈଜ୍ଞାନିକ ଉୟାଙ୍ଗଙ୍କ ଅଯୁକ୍ତିକର ଦାବିକୁ ସମାଲୋଚନା କରିଛନ୍ତି ।

ହଂକଙ୍ଗର ଏହି ବୈଜ୍ଞାନିକ କହିଛନ୍ତି ଯେ ଭାରତର ଏହି ଉଦ୍ୟମ ବାସ୍ତବରେ ଏକ ବଡ଼ ସଫଳତା । ହଂକଙ୍ଗ ବିଶ୍ୱବିଦ୍ୟାଳୟରେ କାମ କରୁଥିବା ଏହି ବୈଜ୍ଞାନିକଙ୍କ ନାମ ହେଉଛି କ୍ୱେଣ୍ଟିନ ପାର୍କର । ସେ ଆହୁରି କହଛନ୍ତି, ‘ମୁଁ ଭାବୁଛି ଭାରତର ଏହି ଗୌରବକୁ କେହି ମିଛରେ ନଷ୍ଟ କରିବା କଥା ନୁହେଁ ।’ ପାର୍କରଙ୍କ ଏହି ତଥ୍ୟ ସାଉଥ ଚୀନ ମଣ୍ଟିଂ ପୋଷ୍ଟରେ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.