Below header

ଟନେଲ୍‌ ଭିତରେ ଫସିଥିବା ଶ୍ରମିକଙ୍କ ଅବସାଦ ଦୂର କରିବା ପାଇଁ ଲୁଡୋ ଓ ତାସ୍‌ ପଠାଇଲା NDRF

ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ଉତ୍ତରାଖଣ୍ଡ ସିଲ୍‌କ୍ୟାରା ଟନେଲ୍‌ ଦୁର୍ଘଟଣାରେ ଫସିଥିବା ଶ୍ରମିକମାନଙ୍କୁ ବହୁତ ଜଲ୍‌ଦି କରାଯିବ ଉଦ୍ଧାର। ରେସ୍‌କ୍ୟୁ ଅପରେସନ ଏବେ ଶେଷ ପର୍ଯ୍ୟାୟରେ ଅଛି।

ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ଉତ୍ତରାଖଣ୍ଡ ସିଲ୍‌କ୍ୟାରା ଟନେଲ୍‌ ଦୁର୍ଘଟଣାରେ ଫସିଥିବା ଶ୍ରମିକମାନଙ୍କୁ ବହୁତ ଜଲ୍‌ଦି କରାଯିବ ଉଦ୍ଧାର। ରେସ୍‌କ୍ୟୁ ଅପରେସନ ଏବେ ଶେଷ ପର୍ଯ୍ୟାୟରେ ଅଛି। ଗତ ୧୩ ଦିନ ଧରି ଲମ୍ବା ସୁଡ଼ଙ୍ଗ ଭିତରେ ଫସି ରହିଥିବା ସମସ୍ତ ୪୧ ଜଣ ଶ୍ରମିକ ବର୍ତ୍ତମାନ ଚିନ୍ତା, ଅବସାଦରେ ଅଛନ୍ତି। ଏଭଳି ସ୍ଥିତିରେ ସେମାନଙ୍କ ମନୋବଳ ଦୃଢ଼ କରିବା ପାଇଁ ଉଦ୍ଧାରକାରୀ ଦଳ ସବୁ ପ୍ରକାର ଚେଷ୍ଟା ଜାରି ରଖିଛନ୍ତି।

ବର୍ତ୍ତମାନ ଅଭିଯାନର ଶେଷ ପର୍ଯ୍ୟାୟରେ ମନୋବୈଜ୍ଞାନିକମାନଙ୍କ ପରାମର୍ଶ ମଧ୍ୟ ଲୋଡ଼ାଯାଉଛି। ସେମାନଙ୍କ ପରାମର୍ଶକ୍ରମେ ଶ୍ରମିକମାନଙ୍କ ପାଖକୁ ଲୁଡୋ ଓ ତାସ୍‌ ପଠାଯିବାକୁ ଯୋଜନା କରାଯାଇଛି, ଯଦ୍ଦ୍ଵାରା ଟନେଲ୍‌ ଭିତରେ ସେମାନେ ଲୁଡୋ ଓ ତାସ୍‌ ଖେଳି ନିଜର ଅବସାଦ ଦୂର କରିପାରିବେ। ମାନସିକ ସ୍ତରରେ ନିଜକୁ ଦୃଢ଼ ଅନୁଭବ କରିବେ।

ସେପଟେ ଆଜି ଉଦ୍ଧାର ଅଭିଯାନର ଶେଷ ଦିନ ହୋଇପାରେ। ଉଦ୍ଧାର ସ୍ଥଳରେ ଉପସ୍ଥିତ ମନୋଚିକିତ୍ସକ ଡାକ୍ତର ରୋହିତ ଗୋଣ୍ଡଓ୍ଵାଲ କହିଛନ୍ତି, ଭିତରେ ଫସି ରହିଥିବା ସମସ୍ତ ୪୧ ଜଣ ଶ୍ରମିକ ସୁସ୍ଥ ଅଛନ୍ତି। ହେଲେ ସେମାନଙ୍କୁ ମାନସିକ ସ୍ତରରେ ମଧ୍ୟ ସୁସ୍ଥ ରଖିବା ଜରୁରୀ। ଏଥିପାଇଁ ଆମେ ଶ୍ରମିକମାନଙ୍କ ଚିନ୍ତା ଦୂର କରିବା ପାଇଁ ଲୁଡୋ, ତାସ୍‌ ଆଦି ଉପଲବ୍ଧ କରାଇବାକୁ ଯୋଜନା କରିଛୁ।

ସେ ଆହୁରି ମଧ୍ୟ କହିଛନ୍ତି, ଶ୍ରମିକମାନେ ଜଣାଇଛନ୍ତି ଯେ ଚିନ୍ତା, ଅବସାଦରୁ ଦୂରେଇ ରହିବା ପାଇଁ ସେମାନେ ଟନେଲ୍‌ ଭିତରେ ପ୍ରତିଦିନ ଯୋଗ, ବ୍ୟାୟାମ କରୁଛନ୍ତି ଏବଂ ‘ଚୋର-ପୋଲିସ’ ଖେଳୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.