ଆଉ ଫ୍ରି ନୁହେଁ GPay ଏବଂ Paytmରେ ମୋବାଇଲ ରିଚାର୍ଜ, ଏବେ ଦେବାକୁ ହେବ ଏତିକି ଟଙ୍କା ଚାର୍ଜ

ଯଦି ଆପଣ ଏହି ଆପ୍ ମାଧ୍ୟମରେ ଆପଣଙ୍କର ମୋବାଇଲ୍ ରିଚାର୍ଜ କରନ୍ତି, ତେବେ ଆପଣଙ୍କୁ ବର୍ତ୍ତମାନ ପ୍ଲାଟଫର୍ମ ଫି ଦେବାକୁ ପଡିବ। ଅର୍ଥାତ୍‌ ମୋବାଇଲ୍ ରିଚାର୍ଜ ରାଶି ବ୍ୟତୀତ ଆପଣଙ୍କୁ ଆଉ କିଛି ଟଙ୍କା ଏକ୍ସଟ୍ରା ଦେବାକୁ ପଡିବ।

ପେଟିଏମ୍, ଗୁଗୁଲ୍ ପେ, ଫୋନ୍ ପେ ଆପ୍ ଭାରତର ଲୋକମାନେ ବହୁତ ଅଧିକ ବ୍ୟବହାର କରୁଛନ୍ତି । ଏହି ଆପ୍‌ ଗୁଡିକ୍‌ ହେଉଛି ଦେଶର ପ୍ରମୁଖ UPI ଆପ୍। ଏହି ଆପ୍ସ ମାଧ୍ୟମରେ ଲୋକମାନେ ଘର ଭଡା, ବିଲ୍ ପେମେଣ୍ଟ, ଗ୍ୟାସ୍, ଫ୍ଲାଇଟ୍, ବୀମା, ମୋବାଇଲ୍ ରିଚାର୍ଜ ଭଳି ଅନେକ ପ୍ରକାରର ପେମେଣ୍ଟ କରନ୍ତି। କିନ୍ତୁ ବର୍ତ୍ତମାନ UPI ଆପ୍ ପେଟିଏମ୍ ଏବଂ ଗୁଗୁଲ୍ ପେ ସହିତ ଜଡିତ ଏକ ଅପଡେଟ୍ ସାମ୍ନାକୁ ଆସିଛି। ଏବେ ଯଦି ଆପଣ ଏହି ଆପ୍ ମାଧ୍ୟମରେ ଆପଣଙ୍କର ମୋବାଇଲ୍ ରିଚାର୍ଜ କରନ୍ତି, ତେବେ ଆପଣଙ୍କୁ ବର୍ତ୍ତମାନ ପ୍ଲାଟଫର୍ମ ଫି ଦେବାକୁ ପଡିବ। ଅର୍ଥାତ୍‌ ମୋବାଇଲ୍ ରିଚାର୍ଜ ରାଶି ବ୍ୟତୀତ ଆପଣଙ୍କୁ ଆଉ କିଛି ଟଙ୍କା ଏକ୍ସଟ୍ରା ଦେବାକୁ ପଡିବ।

ସୋସିଆଲ ମିଡିଆରେ ଅନେକ ଉପଭୋକ୍ତା ପେଟିଏମରୁ ରିଚାର୍ଜ କରିବା ସମୟରେ ଚାର୍ଜ କରାଯାଉଥିବା ପ୍ଲାଟଫର୍ମ ଫିର ସ୍କ୍ରିନସଟ ସେୟାର କରିଛନ୍ତି। ଯେତେବେଳେ ବ୍ୟକ୍ତିଗତ ଭାବେ ତଦନ୍ତ କରାଗଲା, କମ୍ପାନୀ ରିଚାର୍ଜ ପ୍ୟାକ୍ ଅନୁସାରେ ବିଭିନ୍ନ ପ୍ଲାଟଫର୍ମ ଚାର୍ଜ କରୁଛି। ଦେୟ ଉପରେ ନିର୍ଭର କରି ଏହି ଚାର୍ଜ ୧ ରୁ ୫ ଟଙ୍କା ଏବଂ ୬ ଟଙ୍କା ମଧ୍ୟରେ ରହିଛି। ଯଦି ଆପଣ ଏକ ବର୍ଷ ପାଇଁ ଏୟାରଟେଲରେ ୨,୯୯୯ ଟଙ୍କା ରିଚାର୍ଜ କରନ୍ତି, ତେବେ କମ୍ପାନୀ ଆପଣଙ୍କୁ ୫ ଟଙ୍କା ପ୍ଲାଟଫର୍ମ ଫି ଆଦାୟ କରିବ।

ତେବେ ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ଗୁଗୁଲ୍ ପେ ମଧ୍ୟ ସୁବିଧା ଶୁଳ୍କ ଚାର୍ଜ କରିବା ଆରମ୍ଭ କରିଛି। ୭୪୯ ଟଙ୍କା ଯୋଜନାରେ କମ୍ପାନୀ ୩ ପ୍ଲାଟଫର୍ମ ଫି ଆଦାୟ କରୁଛି। ଯଦି ଆପଣ ପ୍ରଶ୍ନ କରୁଛନ୍ତି ଯେ, କମ୍ପାନୀଗୁଡିକ କାହିଁକି ଏହି ଚାର୍ଜ ନେଉଛନ୍ତି, ତେବେ ପ୍ରକୃତରେ କମ୍ପାନୀଗୁଡିକ UPI ଆପ୍ ସେବା ବଦଳରେ ଆପଣଙ୍କ ଠାରୁ ଫି ଆଦାୟ କରୁଛନ୍ତି।

feeଗୁଗଲ ପେ ଏବଂ ପେଟିଏମ୍‌ ମଧ୍ୟ ଫୋନ୍‌ ପେ ପଥରେ ଚାଲିବା ଆରମ୍ଭ କରିଛନ୍ତି । ଏବଂ ଏହି ଦୁଇ କମ୍ପାନୀ ମଧ୍ୟ ପ୍ଲାଟଫର୍ମ ଫିସ୍‌ ନେଉଛନ୍ତି । ଜଣାଇବାକୁ ଚାହିଁବୁ ଯେ ବହୁତ ଦିନ ପୂର୍ବରୁ ମୋବାଇଲ ରିଚାର୍ଜ ଉପରେ ପ୍ଲାଟଫର୍ମ ପିସ୍‌ ଚାର୍ଜ ନେଉଛି ଫୋନ୍‌ ପେ । ଏବେ ପର୍ଯ୍ୟନ୍ତ ୟୁଜର୍ସ ଫୋନ ପେ ବଦଳରେ ଗୁଗଲ ପେ ଏବଂ ପେଟିଏମ୍‌ ଦ୍ୱାରା ରିଚାଜ କରିବାକୁ ପସନ୍ଦ କରୁଥିଲେ କିନ୍ତୁ ଏବେ ଏହି ଆପ୍ସ ମଧ୍ୟ ପ୍ଲାଟଫର୍ମ ଫି ଚାର୍ଜ କରିବା ଆରମ୍ଭ କରିଦେଇଛି ।
ତେବେ ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ଗୁଗଲ ପେ ଏବଂ ପେଟିଏମ କେବଳ ମୋବାଇଲ ରିଚାର୍ଜରେ ପ୍ଲାଟଫର୍ମ ଫି ଚାର୍ଜ କରୁଛି । ଅନ୍ୟ ପ୍ରକାରର ବିଲ୍‌ ପେମେଣ୍ଟ ବର୍ତ୍ତମାନ ଫ୍ରି ରହିଛି । କମ୍ପାନୀ ଆଗାମୀ ସମୟରେ ବି ସବୁ ପ୍ରକାରର ପେମେଣ୍ଟ ପାଇଁ ମଧ୍ୟ କିଛି ଅତିରିକ୍ତ ଚାର୍ଜ ନେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.