Below header

ସହିଦ ସିଆରପିଏଫ ଯବାନଙ୍କୁ ମିଳି ପାରୁନାହିଁ ବୀମା ଅର୍ଥ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମୁମ୍ବାଇ : କଶ୍ମୀର ପୁଲଓ୍ଵାମାରେ ସହିଦ ସିଆରପିଏଫ୍‌ ଯବାନଙ୍କୁ କେବଳ ଦେଶ ନୁହେଁ ସାରା ବିଶ୍ୱରୁ ଅନୁକମ୍ପା ଓ ସହାୟତାର ସୁଅ ଛୁଟୁଛି । ହଲେ ଏମିତି ଜଣେ ସହିଦ ଅଛନ୍ତି ଯାହାଙ୍କ ପରିବାରକୁ ବୀମା କମ୍ପାନୀ ମଧ୍ୟ ତାଙ୍କ ହକ୍‌ର ଅର୍ଥରାଶି ଦେବାକୁ ମଙ୍ଗୁନାହିଁ ।
ସିଆରପିଏଫର ଡେପୁଟୀ କମାଣ୍ଡାଣ୍ଟ ହୀରକୁମାର ଝା । ୨୦୧୪ ମସିହାରେ ଝାଡଖଣ୍ଡ ଓ ବିହାର ସୀମାରେରେ ମାଓ ଦମନ ଅଭିଯାନ ଦାୟିତ୍ୱରେ ଥଲେ । ଏକ ସର୍ଚ୍ଚ ଅପରେସନ ବିହାରର ଜମୁଇ ଅଞ୍ଚଳରେ ପହଞ୍ଚି ଥିବା ବେଳେ ନକ୍ସଲଙ୍କ ସହ ଗୁଳି ବିନିମୟ ହୋଇଥିଲା । ଏହି ଆକ୍ରମଣରେ ଯବାନମାନେ ଅନେକ ନକ୍ସଲଙ୍କୁ ନିପାତ କରିଥିଲେ । ତେବେ ସେହି ଲଢ଼େଇରେ କମାଣ୍ଡାଣ୍ଟ ହୀରା କୁମାର ସହିଦ ହୋଇଯାଇଥିଲେ । ପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ତାଙ୍କ ପରିବାରକୁ ସହାୟତା ରାଶି ଘୋଷାଣା କରାଯାଇଥଲା । ରାଷ୍ଟ୍ରପତି ତାଙ୍କୁ ମରଣୋତ୍ତର ଭାବେ ଶୌର୍ଯ୍ୟ ଚକ୍ର ସମ୍ମାନରେ ସମ୍ମାନିତ କରିଥଲେ । ହୀରାଙ୍କ ପତ୍ନୀ ବିନୁ ଝାଙ୍କୁ ସରକାରୀ ଚାକିରି ମିଳିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥଲେ । ହେଲେ ପ୍ରତିଶ୍ରୁତି ସବୁ ପଣିର ଗାର ପାଲଟି ଯାଇଛି। ହୀରା ସହିଦ ହେବାର ୪ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ବୀମା କମ୍ପାନୀ ଏଯାବତ ସହିଦ ହୀରାକୁମାରଙ୍କ ପରିବାରକୁ ବୀମା ବାବଦ ଅର୍ଥ ଦେଉନାହିଁ। ତାଙ୍କ ପତ୍ନୀଙ୍କ କହିବା ମୁତାବକ ସିଆରପିଏଫର ବରିଷ୍ଠ ଅଧିକାରୀ ଏହି ବୀମା ସମ୍ବନ୍ଧିତ ଅର୍ଥର ତଦାରଖ କରୁଛନ୍ତି । ସେପଟେ ହୀରଙ୍କ ମୃତ୍ୟୁ ଯେଉଁ ଇଲାକାରେ ହେଇଛି ତାହା ବିହାର ଅଧୀନରେ ଆସୁଛି । ତେବେ ଏହା ନକ୍ସଲ ଅଧ୍ୟୁଷିତ ଅଞ୍ଚଳ ହୋଇନଥବାରୁ ବୀମା ପରିସରଭୁକ୍ତ ହୋଇପାରୁନାହିଁ । ହୀରା କୁମାର ଝାଡଖଣ୍ଡ ରାଜ୍ୟର ବୀମା ପାଇଁ ନାମିତ ହୋଇଥିବା ବେଳେ ମୃତ୍ୟୁ କିନ୍ତୁ ବିହାରରେ ହୋଇଛି । ତେଣୁ ବୀମା ଅର୍ଥ ମିଳିବାରେ ସମସ୍ୟା ଦେଖା ଦେଉଛି । ବିନୁ ଝା ଓ ସିଆରପିଏଫ ଅଧିକାରୀ ବାରମ୍ବାର ବୀମା କମ୍ପାନୀଙ୍କୁ ପତ୍ର ଦେଉଥଲେ ମଧ୍ୟ କିଛି ଫଳ ମଳି ପାରି ନାହିଁ । ଏ ସମ୍ପର୍କରେ ସୂଚନା ପାଇବା ପରେ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି । ବୀମା କମ୍ପାନୀଙ୍କ ସହ କଥା ହୋଇ ସହିଦଙ୍କ ପରିବାରକୁ ତୁରନ୍ତ ବୀମା ଅର୍ଥ ପ୍ରଦାନ କରାଯିବ ବୋଲି ପାଇଁ ରାଜ୍ୟ ଗୃହ ମନ୍ତ୍ରୀ ହଂସରାଜ ଗଂଗାରାମ ଆହିର କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.