ଚାଇନା ଲଞ୍ଚ କଲା ଦୁନିଆର ପ୍ରଥମ ମହିଳା ରୋବର୍ଟ ନ୍ଯୁଜ୍ ଆଙ୍କର, ଦେଖନ୍ତୁ ଭିଡିଓ

ଚାଇନା : ଚାଇନା ଦୁନିଆର ପ୍ରଥମ ଫିମେଲ ଅର୍ଥାତ୍ ମହିଳା AI ନ୍ଯୁଜ୍ ଆଙ୍କର ଲଞ୍ଚ କରିଛି। ନ୍ଯୁଜ୍ ପଢ଼ିବା ପାଇଁ ବାସ୍ତବିକ ନ୍ଯୁଜ୍ ଆଙ୍କରଙ୍କ ସ୍ଥାନରେ ଏହି AI ଜରିଆରେ ଚାଲୁଥିବା ଭଚ୍ଯୁଆଲ ନ୍ଯୁଜ୍ ଆଙ୍କର ସିନ୍ ସାଓମେଙ୍ଗ ଖୁବ୍ ଶୀଘ୍ର ଟିଭି ସ୍କ୍ରିନରେ ନଜର ଆସିବାକୁ ଯାଉଛନ୍ତି। ଚାଇନାର ନ୍ଯୁଜ୍ ଏଜେନ୍ସି ସିନ୍ହୁଆ ଏହା ବିଷୟରେ ସୂଚନା ଦେଇ କହିଛନ୍ତି।

ନ୍ଯୁଜ୍ ଏଜେନ୍ସି ଏହା ବିଷୟରେ କହିଛନ୍ତି, ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସି ଦ୍ବାରା ଚାଲୁଥିବା ଏହି ଆଙ୍କରକୁ ଜର୍ନାଲିଜିମରେ ଖୁବ ପରୀକ୍ଷା କରିବା ପରେ ପେଇଚିଂଙ୍ଗର ସୋଗାଉ ଇଙ୍କ ଏହାକୁ ପ୍ରସ୍ତୁତ କରିଛନ୍ତି। AI ଆଙ୍କର ମନୁଷ୍ଯ ଆଙ୍କରଙ୍କ ଠାରୁ ଖୁବ ଭଲ। କାରଣ ଏହା ବିନା କୌଣସି ବ୍ରେକରେ ଲଗାତାର ଅନେକ ଘଣ୍ଟା ପର୍ଯ୍ଯନ୍ତ ନ୍ଯୁଜ୍ ପଢ଼ିପାରିବେ। ଏହାଛଡ଼ା ଏଥିରେ ପ୍ରଡ଼କ୍ଟସନର ବ୍ଯବହାରରେ ମଧ୍ୟ ଖୁବ କମ ଲୋକ ଆବଶ୍ଯକ ହେବେ।


ସିନ ସାଓମେଙ୍ଗ ନାମକ ଏହି ଭଚ୍ଯୁଆଲ ଆଙ୍କର ଦେଖିବାକୁ ଅବିକଳ ମଣିଷ ଭଳି। ଖାଲି ତାହା ନୁହଁ ଏହି ନ୍ଯୁଜ୍ ଆଙ୍କରର ଭାବ ଏବଂ ବ୍ଯବହାର ମଧ୍ୟ ମଣିଷ ଭଳି ଅଟେ। AIର ଏହି ନ୍ଯୁଜ୍ ଆଙ୍କର ନ୍ଯୁଜ୍ ଚ୍ଯାନେଲ, ୱେବସାଇଟ ଏବଂ ସୋସିଆଲ ମିଡିଆରେ ଲଗାତାର ୨୪ଘଣ୍ଟା ପର୍ଯ୍ଯନ୍ତ ନ୍ଯୁଜ୍ ପଢ଼ିପାରିବ। ସିନ୍ହୁଆ ଏହା ଯୁକ୍ତି କରିଛି କି, ଆଟର୍ଇଫିସିଆଲ ନ୍ଯୁଜ୍ ଆଙ୍କର ବିଲକୁଲ ପ୍ରଫେସନାଲ ନ୍ଯୁଜ୍ ଆଙ୍କରଙ୍କ ଭଳି ନ୍ଯୁଜ୍ ପଢ଼ିବେ।

ନିଶ୍ଚିତ ପଢ଼ନ୍ତୁ: ଚାଇନାର ଚମତ୍କାର, ରୋବଟକୁ ବନାଇଲା ନ୍ଯୁଜ୍ ଆଙ୍କର

ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଗତ ନଭେମ୍ବର ମାସରେ ସିନ୍ହୁଆ AI ପୁରୁଷ ନ୍ଯୁଜ୍ ଆଙ୍କର ଲଞ୍ଚ କରିଥିଲା। ଯେଉଁଥିରେ ଜଣେ ଚାଇନା ଭାଷାରେ ମଧ୍ୟ ନ୍ଯୁଜ୍ ପଢ଼ିପାରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.