Below header

ମୋଦିଙ୍କୁ ରାହୁଳ ଗାନ୍ଧିଙ୍କ କଟାକ୍ଷ : ମୋଦି ନିଜ ପାଇଁ ୮୪୦୦ କୋଟିର ଜହାଜ କିଣି ପାରୁଛନ୍ତି, ଜବାନଙ୍କ ପାଇଁ ବୁଲେଟ୍‌ ପ୍ରୁଫ୍‌ ଟ୍ରକ୍‌ କିଣି ପାରୁ ନାହାଁନ୍ତି

ନୂଆଦିଲ୍ଲୀ : ସିଆଚିନ୍‌ ଓ ଲଦାଖରେ ଜବାନମାନେ ଥଣ୍ଡା କପଡ଼ା ଓ ଅନ୍ୟ ସାମଗ୍ରୀ ଅଭାବ ନେଇ ଖବର ପ୍ରକାଶ ପାଇବା ପରେ କଂଗ୍ରେସ ପୂର୍ବ ଅଧ୍ୟକ୍ଷ ରାହୁଳ ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚାନର ବାଣ ଛାଡିଛନ୍ତି । ରାହୁଳ କହିଛନ୍ତି, ମୋଦି ନିଜ ପାଇଁ ୮୪୦୦ କୋଟିର ଜହାଜ କିଣୁଥିବା ବେଳେ ଜବାନମାନଙ୍କ ପାଇଁ ବୁଲେଟ୍‌ ପ୍ରୁଫ୍‌ ଟ୍ରକ୍‌ କିଣି ପାରୁ ନାହାଁନ୍ତି ।

 

ଜବାନଙ୍କ ସୁରକ୍ଷା ପାଇଁ ମୋଦିଙ୍କ ଚିନ୍ତା ନାହିଁ ବୋଲି ରାହୁଳ ସମାଲୋଚନା କରିଛନ୍ତି । ରାହୁଳ ଶନିବାର ଏକ ଭିଡିଓ ସେୟାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ଏହି ଭିଡିଓରେ କିଛି ଜବାନ ଏକ ଟ୍ରକ୍‌ରେ ବସି ନିଜ ଭିତରେ କଥା ହେଉଥିବା ଦେଖାଯାଇଛି । ଜଣେ ଜବାନ କହୁଛନ୍ତି ‘ନନ୍‌ ବୁଲେଟ୍‌ପ୍ରୁଫ୍‌ ଗାଡ଼ିରେ ପଠାଇ ଆମ ଜୀବନ ସହିତ ଖେଳୁଛନ୍ତି ।’

ଏହି ଭିଡିଓକୁ ସୋସିଆଲ୍‌ ମିଡିଆରେ ଛାଡିବା ସହ ରାହୁଳ ଲେଖିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପାଇଁ ୮୪୦୦ କୋଟିର ବିମାନ । ‘କ୍ୟା ୟହ ସହି ହେ’ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.