ଆଇପିଏଲ : କୋହଲିଙ୍କ ବାଙ୍ଗାଲୋରଠାରୁ ପରାସ୍ତ ହେଲା ଧୋନିଙ୍କ ଚେନ୍ନାଇ

ଦୁବାଇ : ଭାରତୀୟ କ୍ରିକେଟ ଦଳର ବର୍ତ୍ତମାନ ଓ ପୂର୍ବତନ ଅଧିନାୟକଙ୍କ ଭିତରେ ଆଇପିଏଲ ଲଢେଇ ଭଲ ଜମିଲା ନାହିଁ । କୋହଲି ବନାମ ଧୋନି ଲଢେଇରେ ଧୋନିଙ୍କ ଚେନ୍ନାଇ ହାରିଗଲା । ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଚେନ୍ନାଇ ସୁପର କିଙ୍ଗସକୁ ୩୭ ରନରେ ହରାଇ ମ୍ୟାଚ ଜିତି ନେଇଛି । ୧୭୦ ରନ ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଧୋନିଙ୍କ ଚେନ୍ନାଇ କୋହଲିଂକ ବାଙ୍ଗାଲୋର ବିପକ୍ଷରେ ୧୩୨ ରନ କରିଛି ।

ଓପନର ୱାଟସନ ଓ ଡୁ ପ୍ଲେସିସ ୨୫ ରନ ଭିତରେ ପାଭିଲିଆନ ଫେରିଗଲେ । ଏହା ପରେ ଅମ୍ୱାତି ରାୟୁଡୁ ଜଗଦୀଶନ ସ୍କୋରକୁ ୮୯ ରନ ଯାଏ ନେଇଥିଲେ । ଜଗଦୀଶନ ୩୩ ରନ କରି ରନ ଆଉଟ ହେବ ପରେ ଧୋନି ଆସିଥିଲେ । ତେବେ ତାଙ୍କୁ ଚହଲା ୧୦ ରନରେ ଆଉଟ କରିଦେଲେ । ସେହପରି ରାୟୁଡୁ ୪୨ ରଂ କରି ଆଉଟ ହୋଇଯାଇଥିଲେ । ଏହା ପରେ ଚେନ୍ନାଇର ସବୁ ଆଶା ମଉଳି ଯାଇଥିଲା । ଦଳ ୨୦ ଓଭରରେ ୮ ଉଇକେଟ ହରାଇ ୧୩୨ ରନ କରି ପାରିଥିଲା । ଆଜିର ବିଜୟ ଫଳରେ ବାଙ୍ଗାଲୋର ୮ ପଏଣ୍ଟ ସହ ଚତୁର୍ଥ ସ୍ଥାନକୁ ପହଞ୍ଚିଛି ।

ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ୪ ଉଇକେଟରେ କରିଥିଲା ୧୬୯ ରନ । ଓପନର ଦେବଦତ୍ତ ପଡିକାଲ ୩୩ ଏବଂ ଅଧିନାୟକ ବିରାଟ କୋହଲି ଅପରାଜିତ ୯୦ ରନ କରିଥିଲେ । ଜୋରଦାର ଫର୍ମ ଫେରି କୋହଲି ମାତ୍ର ୫୨ ବଲରେ ୯୦ ରନ କରିଥିଲେ । ଏଥିରେ ୪ଟି ଚୌକା ଓ ୪ଟି ଛକା ଥିଲା । ଶିବମ ଦୁବେ ଅପରାଜିତ ୨୨ ରନ କରିଥିଲେ । ଚେନ୍ନାଇ ସୁପର କିଙ୍ଗସ ତରଫରୁ ଶାରଦୁଲ ଠାକୁର ୩ ଓଭରରେ ୧୬ ରନ ଦେଇ ୨ଟି ଉଇକେଟ ନେଇଥିଲେ ।

pt

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.