Below header

ନିଜକୁ ଲୁଚେଇବା ପାଇଁ କିମ ଜଙ୍ଗ ଉନ ବ୍ୟବହାର କରୁଥିଲେ ନକଲ ଚେହେରା, ଟ୍ୱିଟରରେ ଭାଇରାଲ ହେଲା ଫଟୋ

କିଛି ଦିନ ହେବ ଉତ୍ତର କୋରିଆର ସର୍ବୋଚ୍ଚ ନେତା କିଙ୍ଗ ଜନ ଊନ ବିଶ୍ୱର ମିଡ଼ିଆ ତଥା ସରକାରଙ୍କ ମଧ୍ୟରେ ଏକ ପ୍ରକାର ଚହଳ ସୃଷ୍ଟି କରିଆସୁଛନ୍ତି । ଦୀର୍ଘ ୨୦ ଦିନ କାଳ ଅଣସର ଅବସ୍ଥାରେ ରହି ଉନ ଗତ ସପ୍ତାହରେ ପୁଣି ଥରେ ଏକ କାରଖାନାର ଉଦ୍ଘାଟନ କରୁଥିବା ଅବସ୍ଥାରେ ଦୁନିଆ ସମ୍ନାକୁ ନଜର ଆସିଛନ୍ତି । ଗୋଟେ ପଟରେ ବିଶ୍ୱରେ କରୋନା ମହାମାରୀ ଏକ ପ୍ରକାର ଚହଳ ସୃଷ୍ଟି କରିଥିବା ବେଳେ କିମ ଜଙ୍ଗ ରହସ୍ୟମୟ ଭାବେ ହଠାତ କୁଆଡେ ଉଭାନ ହୋଇଯାଇଥିଲେ । ଏହା ପରେ ପରେ ତାଙ୍କୁ ନେଇ ବିଶ୍ୱ ବ୍ୟାପି ମିଡ଼ିଆ ଗୁଡିକରେ ଅନେକ ଚର୍ଚ୍ଚା ଜୋର ଧରିଥିଲା । ପୁଣି କିଛି ଦିନର ବ୍ୟବଧାନ ପରେ ସାମ୍ନାକୁ ଆସିବା ପରେ ରହସ୍ୟ ଉପରୁ ପରଦା ହଟିବାରେ ଲାଗିଛି ।

ଏହା ପୂର୍ବରୁ କିମ ଶେଷ ଥର ପାଇଁ ଏପ୍ରିଲ ମାସରେ ହିଁ ନଜର ଆସିଥିଲେ । ଏହା ପରେ ସେ ଅସୁସ୍ଥ ହୋଇ ପଡିଥିଲେ ଓ ତାଙ୍କୁ ନେଇ ଅନେକ ଚର୍ଚ୍ଚା ଜୋର ଧରିଥିଲା । ଏମିତିକି କିମ ଆଉ ଏଦୁନିଆରେ ନାହାନ୍ତି ବୋଲି ବି କଥା ଉଠିଥିଲା । ଗତ ମେ ୨ ତାରିଖରେ କିମ ଜଙ୍ଗ ଏକ ସାର୍ବଜନିକ କାର୍ଯ୍ୟକ୍ରମରେ ସୁସ୍ଥ ସବଳ ଭାବରେ ନଜର ଆସିଛନ୍ତି । କିଛି ଲୋକଙ୍କ ଅନୁଯାୟୀ ନିଜକୁ ଅସୁସ୍ଥ କରି ଦେଖେଇବା ପାଇଁ କିମ ଦୁଇଟି ଶରୀର ଅଥବା ଦୁଇଟି ଫଟୋ ବ୍ୟବହାର କରିଥିଲେ । ଅବଶ୍ୟ ଏଭଳି ଘଟଣା ଘଟିବା ପ୍ରଥମ ନୁହେଁ । ଏହା ପୂର୍ବରୁ ଆଡଲଫ ହିଟଲର ଓ ସଦ୍ଦାମ ହୁସେନ ବି ନିଜକୁ ଦୁନିଆ ସାମ୍ନାରୁ ରକ୍ଷା କରିବା ପାଇଁ ନିଜ ଚେହେରା ପରି ଅବିକଳ ଦେଖାଯାଉଥିବା ଅନ୍ୟ ଏକ ଚେହେରା ବ୍ୟବହାର କରିଥିଲେ ।

ଜଣେ ଟ୍ୱିଟର ୟୁଜର କିମଙ୍କ ପୂର୍ବ ଫଟୋ ଓ ଏବେକା ଫଟୋକୁ ନେଇ ତୁଳନା କରିବା ସହ ଏ ଦୁଇଟି ମଧ୍ୟରେ ଥିବା ଭିନ୍ନତାକୁ ଖୋଜି ବାହାର କରିଛନ୍ତି । ବ୍ରିଟିଶ ପାର୍ଲିଆମେଣ୍ଟର ଜଣେ ପୂର୍ବତନ ସଦସ୍ୟ ଲୁଇସ ମେନ୍ସ କହିଛନ୍ତିକି, କିମଙ୍କ ଦୁଇଟି ଯାକ ଫଟୋରେ ତାଙ୍କ ଦାନ୍ତ ସମ୍ପୂର୍ଣ୍ଣ ଭିନ୍ନ ନଜର ଆସିଛି । ଆମେରିକାର ଜଣେ ମାନବିକ ସୁରକ୍ଷା ଅଧିକାରୀ କିମଙ୍କ ଦୁଇ ଫଟୋରେ ତାଙ୍କ ଚୁଟି କଟା ଶୈଳୀରେ ଥିବା ପ୍ରଭେଦକୁ ଖୋଜି ବାହାର କରିଛନ୍ତି । ଏକ ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରିପୋର୍ଟ ଅନୁଯାୟୀ ଏହା ପୂର୍ବରୁ କିମ ଅନେକ ଥର ନିଜ ନକଲ ଫଟୋ ବ୍ୟବହାର କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.